ପାଟକୁରା ଉପନିର୍ବାଚନ ପାଇଁ ନବୀନ କଲେ ବୈଠକ

Straight to the Point

ଭୁବନେଶ୍ୱର: ପାଟକୁରା ଉପର୍ନିବାଚନ ପାଇଁ ଦାୟିତ୍ୱରେ ଥିବା ନେତାଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନ ଆଲୋଚନା କରିଛନ୍ତି । ବୈଠକରେ ମନ୍ତ୍ରୀ ସୁଶାନ୍ତ ସିଂ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଅତନୁ ସବ୍ୟସାଚୀ ନାୟକଙ୍କ ସମେତ ଅନେକ ବିଜେଡି ନେତା ଉପସ୍ଥିତ ଥିଲେ । ଆଗାମୀ ଦିନରେ ପାଟକୁରାରେ ବିଜେଡି କିପରି ବହୁ ଭୋଟ ବ୍ୟବଧାନରେ ବିଜୟଲାଭ କରିବ ସେଥିନେଇ ବୈଠକରେ ରଣନୀତି ଚୁଡାନ୍ତ ହୋଇଥିଲା । ଏହି ବୈଠକ ବିଜେଡି ପ୍ରାର୍ଥୀ ସାବ୍ରିତ୍ରୀ ଅଗ୍ରୱାଲଙ୍କ ପୁଅ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ବିଜେଡ଼ି ପାଇଁ ପାଟକୁରାର କୌଣସି ପ୍ରକାର ଚ୍ୟାଲେଞ୍ଜ ନାହିଁ । ମାଆ ର୍ନିବାଚନରେ ନିଶ୍ଚିତ ଜିତିବେ ବୋଲି ସେ ଦୃଢ଼ୋକ୍ତି କରିଛନ୍ତି । ଅନ୍ୟପରେ ବିଜେଡି ନେତା କିଶୋର ତରାଇ କହିଛନ୍ତି, ଏଠାରେ ବିଜେଡି-ବିଜେପି ମଧ୍ୟରେ ସିଧାସଳଖ ଲଢେଇ ହେଉଛି । ପାଟକୁରାରେ ବିଜେଡି ବହୁ ମାତ୍ରାରେ ସଫଳତା ହାସଲ କରିବ ବୋଲି ସେ କହିଥିଲେ ।
ସୂଚନାଯୋଗ୍ୟ ବିଜେପିରୁ ବିଜୟ ମହାପାତ୍ର ପ୍ରାର୍ଥୀ ହୋଇଥିବାବେଳେ ବିଜେଡିରୁ ସାବିତ୍ରୀ ଅଗ୍ରୱାଲ ପ୍ରାର୍ଥୀ ହୋଇଛନ୍ତି । ଏହି ର୍ନିବାଚନ ବିଜେଡି ଓ ବିଜେପି ବିଶେଷକରି ବିଜୟ ମହାପାତ୍ରଙ୍କ ପାଇଁ ସମ୍ମାନର ପ୍ରଶ୍ନ ପାଲଟିଛି । ପାଟକୁରା ପାଇଁ ଏପ୍ରିଲ ୨୯ରେ ର୍ନିବାଚନ ହେବାର ଥିଲା । କିନ୍ତୁ ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ପରଲୋକ ଯୋଗୁଁ ର୍ନିବାଚନକୁ ମେ ୧୯ ଯାଏଁ ଘୁଂ•ଯାଇଥିଲା । ପରେ ଫୋନି ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଥିଲା ।

Leave a Reply

Your email address will not be published. Required fields are marked *