କର୍ଣ୍ଣାଟକରେ ବିଧାୟକଙ୍କ ପରେ ମୁଖ୍ୟମନ୍ତ୍ରୀ ପଦ ଛାଡିବେ କୁମାରସ୍ୱାମୀ

Straight to the Point

ବେଙ୍ଗଲୁରୁ: କର୍ଣ୍ଣାଟକରେ ୧୩ଜଣ ବିଧାୟକ ଇସ୍ତଫା ଦେବା ପରେ ଆଜି ଜଣେ ସ୍ୱାଧୀନ ବିଧାୟକ ଏଚ ନାଗେଶ ମନ୍ତ୍ରୀ ପଦ ଛାଡିବା ସହିତ ଇସ୍ତଫା ପତ୍ର ରାଜ୍ୟପାଳଙ୍କ ନିକଟକୁ ପଠାଇଛନ୍ତି । ଚିଠିରେ ଉଲ୍ଲେଖ କରିଛନ୍ତି ଯେ ବର୍ତ୍ତମାନର କୁମାରସ୍ୱାମୀ ସରକାରରୁ ସମର୍ଥନ ପ୍ରତ୍ୟାହାର କରିଛନ୍ତି । ଯଦି ଭବିଷ୍ୟତରେ ରାଜ୍ୟପାଳଙ୍କ ଦ୍ୱାରା ବିଜେପିକୁ ସରକାର ଗଠନ କରିବା ପାଇଁ ଆମନ୍ତ୍ରଣ ମିଳିବ ତେବେ ସେ ବିଜେପିକୁ ସମର୍ଥନ କରିବେ ବୋଲି ଜଣାଇଛନ୍ତି । ଏହି ଘଟଣାପରେ କର୍ଣ୍ଣାଟକରେ ଏଚଡି କୁମାରସ୍ୱାମୀ ସରକାର ପ୍ରତି ଅଧିକ ବିପଦ ଘନେଇବାକୁ ଲାଗିଲାଣି ବୋଲି କୁହାଯାଉଛି । ଅପରପକ୍ଷରେ କଂଗ୍ରେସ-ଜେଡିଏସର ୧୩ମାସ ପୁରୁଣା ମହାମେଂଟକୁ ବଂ•ଇବାକୁ ସରକାର ଯଥା ସମ୍ଭବ ଚେଷ୍ଟା କରୁଛନ୍ତି । କିନ୍ତୁ ଏଚଡି କୁମାରସ୍ୱାମୀଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାକୁ ଜିଦ୍ କରି ସିଦ୍ଧରମୈୟା ଏଭଳି କରିଛନ୍ତି । ଏଥିପାଇଁ ବିଜେପି ନେତା ବିଏସ୍ ୟେଦୁରପ୍ପାଙ୍କୁ ମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ବଢ଼ିଯାଇଛି ।

Leave a Reply

Your email address will not be published. Required fields are marked *