ବିଜେପିର ସଂଗଠନ ପର୍ବ, ସଦସ୍ୟତା ଅଭିଯାନ

Straight to the Point

ଭଦ୍ରକ: ଭାରତୀୟ ଜନତା ପାର୍ଟି ଭଦ୍ରକ ଜିଲ୍ଲା, ସାଥିରେ ଆସ ଗଢ଼ିବା ଦେଶ ୨୦୧୯ ବର୍ଷର ସଂଗଠନ ପର୍ବ ସଦସ୍ୟତା ଅଭିଯାନ ଉଦ୍ଘାଟନ ଉତ୍ସବ । ଭଦ୍ରକ ସ୍ଥିତ ଭାଗବତ କଲ୍ୟାଣ ମଣ୍ଡପରେ ଅନଷ୍ଠିତ ହୋଇଯାଇଅଛି । ଉକ୍ତ ଉଦ୍ଘାଟନ ଉତ୍ସବରେ ଭଦ୍ରକ ଜିଲ୍ଲା ସଦସ୍ୟ ପ୍ରମୁଖ ଶ୍ରୀ ଦୁର୍ଗା ଚରଣ ନାୟକଙ୍କ ସଭାପତିତ୍ୱ କରିଥିଲେ । ଏହି ଉତ୍ସବରେ ଅତିଥିମାନଙ୍କ ପରିଚୟ ଭଦ୍ରକ ଜିଲ୍ଲା ସାଧାରଣ ସଂପାଦକ ଶରତ ପଢ଼ିଆରୀ କରିଥିଲେ, ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ଜିଲ୍ଲା ସଭାପତି ବଦ୍ରିନାରାୟଣ ଧଳ ଡ଼ା ପ୍ରଦିପ ନାୟକ ସହ ପ୍ରମୁଖ ଅଭିମନ୍ୟୁ ସେଠୀ, ହେମନ୍ତ ପାଢ଼ି ସଦସ୍ୟତା ଅଭିଯାନ ଉପରେ ଆଲୋଚନା ମାଧ୍ୟମରେ ପ୍ରତ୍ୟେକ ବୁଥରେ ୩୦୦ରୁ ଅଧିକ ପ୍ରାଥମିକ ସଦସ୍ୟ ଏବଂ ୫ଜଣ ସକ୍ରିୟ ସଦସ୍ୟ ଯୋଜନା କରାଯିବା ସହିତ ରାଜ୍ୟରେ ସଦସ୍ୟତାର ୧ନମ୍ବର କରିବାକୁ ପ୍ରୟାସ ଜାରି ରହିବାକୁ ମନସ୍ଥ କରାଯାଇଅଛି । ଏଥି ସହିତ ବିଜେଡ଼ି କଂଗ୍ରେସର ଅନେକ କର୍ମୀ ଦଳ ପରିତ୍ୟାଗ କରି ବିଜେପିରେ ଯୋଗ ଦେବା ସହିତ ସଦସ୍ୟତା ଅଭିଯାନରେ ସାମିଲ ହୋଇଥିଲେ । ଗେଲପୁର ଗ୍ରାମପଞ୍ଚାୟତ ସମିତି ସଭ୍ୟ ଅଶୋକ ପରିଜା, ସରପଞ୍ଚ ଅକ୍ଷୟ ରାଉତ, ସମ୍ବୁ ଜେନା ଓ ଶ୍ରୀ ଲଏଦ ଯୋଗ ଦେଇଥିଲେ । ସଦସ୍ୟତା କାର୍ଯ୍ୟକ୍ରମରେ ଯୋଗଦେଇ ଥିବା ବିଜେପିରେ ଭଗବାନ ପଣ୍ଡା, ତପନ ମହାନ୍ତି, ପ୍ରଭାତ ମହାନ୍ତି, ଆଦିକନ୍ତ ନାୟକ, ରଜଂନ ସ୍ୱାଇଁ, ବିଦ୍ୟାଧର ସାହୁ, ପ୍ରଦୋଷ ସ୍ୱାଇଁ, ନିରଞ୍ଜନ ବାରିକ, ଅମରେଶ ନାୟକ, ଉର୍ମିଳା ସେଠୀ, ବୃଷଭାନୁ ସାହୁ, ପ୍ରଭାକର ସାମଲ, ଗୋପାଳ ସାହୁ, ତପନ ରାଉତ ସର୍ବ ଶେଷରେ ଯୁବମୋର୍ଚ୍ଛା ସଭାପତି ସୁରେଶ ସାମଲ ଧନ୍ୟବାଦ ଦେଇଥିଲେ ।

error: Thank You Keep Visiting