ଜଳବାୟୁ ପରିବର୍ତ୍ତନର କରାଳରୂପ: ବିଲୁପ୍ତ ପ୍ରଜାତିର ୨୦୦ ହରିଣ ମୃତ

Straight to the Point

ଓଡ଼ିଶା ଜର୍ଣ୍ଣାଲ ଡେସ୍କ: ଜଳବାୟୁ ପରିବର୍ତ୍ତନର ଭୟାନକ ପରିଣାମ ବହୁ ଶୀଘ୍ର ସାମ୍ନାକୁ ଆସିବାରେ ଲାଗିଛି । ୟୁରୋପୀୟ ଦେଶ ନାର୍ବେଠାରେ ଅନୁସନ୍ଧାନକାରୀଙ୍କୁ ୨୦୦ରୁ ଅଧିକ ହରିଣ ମୃତ ଅବସ୍ଥାରେ ମିଳିଛି । ସ୍ଥାନୀୟ ମିଡିଆ ରିପୋର୍ଟ ଅନୁସାରେ ଏହି ହରିଣଙ୍କର ମୃତ୍ୟୁ ଖାଦ୍ୟାଭାବ କାରଣରୁ ଘଟିଛି । ସ୍ଥାନୀୟ ନାର୍ବେ ଆର୍କଟିକ ଆର୍କିପେଲାଗୋ ଅଫ ସ୍ୱାଲବାର୍ଡ ଠାରେ ଏହି ଘଟଣା ସାମ୍ନାକୁ ଆସିଛି । ଏହା ପୂର୍ବରୁ ଏଭଳି ଘଟଣା ଆଗରୁ ଅବା ଅତୀତରେ କେବେ ଘଟିାନହିଁ ।

ଏକ ନ୍ୟୁଜ୍ ଏଜେନ୍ସୀ ରିପୋର୍ଟ ଅନୁସାରେ ଏକ ସଂସ୍ଥା ୪୦ ବର୍ଷ ନିମନ୍ତେ ସ୍ୱାଲବାର୍ଡଠାରେ ଜଙ୍ଗଲୀ ହରିଣମାନଙ୍କ ଉପରେ ଅନୁଧ୍ୟାନ ଓ ତଥ୍ୟ ସଂଗ୍ରହ କରିବା ନିମନ୍ତେ ସଂରକ୍ଷିତ କରିଛନ୍ତି । ଏହା ଏକ ପ୍ରମୁଖ ପ୍ରଜାତିର ହରିଣ ଅଟନ୍ତି । ଏପରି ଅନେକ ସଂଖ୍ୟାରେ ହରିଣମାନଙ୍କର ମୃତ୍ୟୁ ଏହା ଅତ୍ୟନ୍ତ ଭୟଭୀତ ହେବାର ବିଷୟ ଅଟେ । ସ୍ଥାନୀୟ ରିପୋର୍ଟ ଅନୁସାରେ ସ୍ୱାଲବାର୍ଡଠାରେ ଭୀଷଣ ବର୍ଷା ହୋଇଥିଲା ।

ଯାହାଫଳରେ ବନ୍ୟଜନ୍ତୁମାନଙ୍କୁ ଖାଦ୍ୟ ଅନ୍ୱେଷଣରେ ବହୁ କଠିନ ପରିସ୍ଥିତିର ସାମ୍ନା କରିବାକୁ ପଡିଥିଲା । ଅନୁସନ୍ଧାନକାରୀଙ୍କ ସୂଚନାନୁସାରେ ଏହି ମୃତ ହରିଣମାନେ ହେଉଛନ୍ତି ଜଳବାୟୁ ପରିବର୍ତ୍ତନର ଜ୍ୱଳନ୍ତ ଉଦାହରଣ । ଯଦି ଏପରି ପରିସ୍ଥିତି ଜାରି ରୁହେ ତେବେ ଭବିଷ୍ୟତ ଏହାଠାରୁ ଅଧିକ ଭୟଙ୍କର ରୂପ ଧାରଣ କରିବାକୁ ଆଉ ବେଶୀ ସମୟ ଲାଗିବ ନାହିଁ ।

error: Thank You Keep Visiting