ଭାରତ-ରୁଷ୍‌ ୧୫୦୦କୋଟିର ବୁଝାମଣା ସ୍ବାକ୍ଷର

An Independent Media

ନୂଆଦିଲ୍ଲୀ: ଭାରତ ଓ ରୁଷ୍ ମଧ୍ୟରେ ୧୫୦୦କୋଟି ଟଙ୍କାର ସାମରିକ ବୁଝାମଣା ସ୍ବାକ୍ଷର ହୋଇଛି। ୧୦-ଆଇ ପ୍ରକଳ୍ପ ଅଧୀନରେ ଏହି କ୍ଷେପଣାସ୍ତ୍ର ଅଧିଗ୍ରହଣ କରାଯିବ। ଗତ ୫୦ଦିନ ମଧ୍ୟରେ ଭାରତୀୟ ବାୟୁସେନା ୭୬୦୦କୋଟି ଟଙ୍କାର କ୍ଷୁଦ୍ଧାସ୍ତ୍ର କ୍ରୟ ଲାଗି ବୁଝାମଣା କରିଛି। ଜରୁରୀକାଳୀନ ଅଧିଗ୍ରହଣ ଆଧାରରେ ଏହି ଚୁକ୍ତି ସ୍ବାକ୍ଷର ହୋଇଛି। ବୁଝାମଣା ଅନୁଯାୟୀ ରୁଷଠାରୁ ଭାରତ ଆର-୨୭ କ୍ଷେପଣାସ୍ତ୍ର କ୍ରୟ କରିବ। ଆର-୨୭ ହେଉଛି ଆକାଶ ମାର୍ଗରୁ ଆକାଶକୁ ନିକ୍ଷେପ କରାଯାଇପାରୁଥିବା ଅତ୍ୟାଧୁନିକ କ୍ଷେପଣାସ୍ତ୍ର।

ରୁଷ୍‌ ଠାରୁ ଏହି କ୍ଷେପଣାସ୍ତ୍ର ଆଣି ଭାରତ ଏହାର ଯୁଦ୍ଧବିମାନ ସୁଖୋଇ-୩୦ ଏମକେଆଇ ଲଢୁଆ ଯୁଦ୍ଧ ବିମାନରେ ଲଗାଇବ। ସରକାରୀ ଅଧିକାରୀଙ୍କ ସୂଚନା ଅନୁଯାୟୀ, ବର୍ଦ୍ଧିତ ରେଞ୍ଜର ଏହି କ୍ଷେପଣାସ୍ତ୍ର ବହୁ ଦୂରରେ ରହିଥିବା ଶତ୍ରୁ ପକ୍ଷର ଯୁଦ୍ଧ ବିମାନକୁ ନିଶାଣ କରିପାରିବ। ଆର-୨୭ ମଧ୍ୟମ ଠାରୁ ଦୂରଗାମୀ କ୍ଷେପଣାସ୍ତ୍ର। ମିଗ୍ ଓ ସୁଖୋଇ ସିରିଜର ଯୁଦ୍ଧବିମାନ ପାଇଁ ରୁଷ୍ ଏହି କ୍ଷେପଣାସ୍ତ୍ର ତିଆରି କରିଛି।

error: Thank You Keep Visiting