ପୁଣି ନରସିଂହ ଓ ବିଷ୍ଣୁ ମୁହାଁମୁହିଁ

Straight to the Point

ଭୁବନେଶ୍ୱର: ସୋମବାର ବିଜେପିକୁ ଇଙ୍ଗିତ କରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ନାଥୁରାମ ଗଡ଼ସେଙ୍କ ଉପରେ ଦେଇଥିବା ମନ୍ତବ୍ୟର ଜବାବ ରଖି ମଙ୍ଗଳବାର ବିରୋଧୀ ଦଳ ଉପ ନେତା ବିଷ୍ଣୁ ସେଠୀ ନଭଜୋତ ସିଂହ ସିଦ୍ଧୁ କଥା ଉଠାଇଥିଲେ । ଏହାର ପ୍ରତିକ୍ରିୟା ନରସିଂହ ମଧ୍ୟ ଗୃହରେ କହିଛନ୍ତି ଯେ, ଏମାନେ ବାହାର ଲୋକ, ବାହାର ଲୋକଙ୍କ ବିଷୟରେ ଗୃହରେ ଆଲୋଚନା ହେବା ଉଚିତ ନୁହେଁ ବୋଲି କହିଥିଲେ । କାହିଁକି ସେମାନଙ୍କ ବିଷୟରେ ଆଲୋଚନା କରାଗଲା ବୋଲି ନରସିଂହ ପ୍ରଶ୍ନ କରିଛନ୍ତି । ବିଜେପି ଉପ ନେତା ଏହାର ଜବାବରେ କହିଥିଲେ ଯେ ବହୁତ ସମୟରେ ଗୃହରେ ଅନୁପସ୍ଥିତ ବ୍ୟକ୍ତିଙ୍କ ବିଷୟରେ ଆଲୋଚନା ହୋଇଛି । ଖୋଦ୍ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ବହୁତ ସମୟରେ ଅଯୌକ୍ତିତ କଥା କୁହଛନ୍ତି । ତେବେ ଏହି କାଉଲ୍ ପୁସ୍ତିକା ଆଗକୁ ଯେମିତି କାର୍ଯ୍ୟକାରୀ ହୁଏ ବୋଲି ସେ କହିଛନ୍ତି ।

error: Thank You Keep Visiting