ତିନି ତଲାକର ଅଭିଶାପରୁ ମୁକ୍ତି ପାଇଥିବା ସାରା ଦେଶର ମୁସଲମାନ ଭଉଣୀମାନଙ୍କୁ ଅଭିନନ୍ଦନ : ଶାହ

An Independent Media

ନୂଆଦିଲ୍ଲୀ: ରାଜ୍ୟସଭାରେ ମୁସଲିମ ମହିଳା(ବିବାହ ଅଧିକାର ସୁରକ୍ଷା) ବିଲ-୨୦୧୯ ଗୃହୀତ ହୋଇଛି। ଏହାକୁ ଏକ ଐତିହାସିକ ମୂହୁର୍ତ୍ତ ଦର୍ଶାଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମତି ଶାହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ତିନି ତଲାକକୁ ନିଷେଧ କରିବା ଲାଗି ଆଇନ ଆଣି ପ୍ରଧାନମନ୍ତ୍ରୀ ତାଙ୍କର ପ୍ରତିବଦ୍ଧତାକୁ ପୂରଣ କରିଥିବା ଶାହ କହିଛନ୍ତି। ଶାହ କହିଛନ୍ତି ଯେ, ଏହି ବିଲ୍‌ ଗୃହୀତ ହେବା ଅବସରରେ ତିନି ତଲାକର ଅଭିଶାପରୁ ମୁକ୍ତି ପାଇଥିବା ସାରା ଦେଶର ମୁସଲମାନ ଭଉଣୀମାନଙ୍କୁ ମୁଁ ଅଭିନନ୍ଦନ ଜଣାଉଛି।

ଏହି ଆଇନ ସେମାନଙ୍କୁ ଏକ କଠୋର ପ୍ରଥାର ଅଭିଶାପରୁ ମୁକ୍ତି ଦେବ। ମୋଦୀ ସରକାର ମହିଳାମାନଙ୍କ ଅଧିକାର, ସୁରକ୍ଷା ଏବଂ ସେମାନଙ୍କ ଶକ୍ତୀକରଣ ସୁନିଶ୍ଚିତ କରିବା ପ୍ରତି ସମର୍ପିତ। ସେମାନେ ଏବେ “ନୂତନ ଭାରତ” ଗଠନ ଦିଗରେ ଏକ ପ୍ରଭାବୀ ଭୂମିକା ନିର୍ବାହ କରିପାରିବେ। ଆଜି ଭାରତୀୟ ଗଣତନ୍ତ୍ର ପାଇଁ ଏକ ମହାନ ଦିବସ। ଏହି ଐତିହାସିକ ବିଲ୍‌କୁ ସମର୍ଥନ କରିଥିବା ସବୁ ଦଳକୁ ମୁଁ ଧନ୍ୟବାଦ ଜଣାଉଛି ବୋଲି ଶାହ ସଂସଦର ସମସ୍ତ ସଦସ୍ୟଙ୍କ ଉଦ୍ଦେଶ୍ୟରେ କହିଛନ୍ତି। ମୁସଲମାନ ମହିଳାମାନଙ୍କ ସମ୍ମାନ ରକ୍ଷା କରିବା ଏବଂ ଏହାକୁ ବଜାୟ ରଖିବା ଦିଗରେ ଏହି ବିଲ ଏକ ଐତିହାସିକ ପଦକ୍ଷେପ। ମୁସଲମାନ ମହିଳାମାନଙ୍କ ଜୀବନରେ ଏହା ଆଶା ଏବଂ ସମ୍ମାନର ଏକ ନୂତନ ଯୁଗର ଆରମ୍ଭ କରିବ। ଏବେଠାରୁ ମୁସଲମାନ ମହିଳାମାନଙ୍କ ପାଇଁ ଅସୀମିତ ସମ୍ଭାବନାର ଦ୍ୱାର ଉନ୍ମୁକ୍ତ ହେବ।

error: Thank You Keep Visiting