୨୦୦ ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ୍ ଶ୍ଳୁକ ଛାଡ଼ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

Straight to the Point

ନୂଆଦିଲ୍ଲୀ : ଅଗାମୀ ବିଧାନସଭା ର୍ନିବାଚନକୁ ଲକ୍ଷ୍ୟକରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏକ ବଡ଼ ଘୋଷଣା କରିଛନ୍ତି । କେଜରିୱାଲ ଗୁରୁବାର ସାମ୍ବାଦିକ ସମ୍ମିଳନୀ କରି ଦିଲ୍ଲୀରେ ୨୦୦ ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ୍ ବିଲ ଛାଡ଼ ଏବଂ ୨୦୦ରୁ ୪୦୦ ୟୁନିଟ ବିଦ୍ୟୁତ୍ ବିଲରେ ୫୦% ରିହାତି ଘୋଷଣା କରିଛନ୍ତି । ସେ କହିଥିଲେ ଯେ, ଭାରତର ରାଜଧାନୀ ଦିଲ୍ଲୀରେ ବିଦ୍ୟୁତ୍ ନେଇ ୪ଟି ସମସ୍ୟା ଥିଲା । ଦିଲ୍ଲୀରେ ବିଦ୍ୟୁତ୍ ବିଲ ବହୁତ ଅଧିକ ଆସୁଥିଲା । ସେହିପରି ଭିତ୍ତିଭୂମି ନଷ୍ଟ ହୋଇଯାଇଥିଲା । ଗତ ୪ ବର୍ଷ ମଧ୍ୟର ଏଥିରେ ସୁଧାର ଆସିଛି । ଅନ୍ୟପକ୍ଷରେ ସବୁ ରାଜ୍ୟରେ ବିଦ୍ୟୁତ୍ ବିଲ ଦର ବଢୁଥିଲାବେଳେ ଦିଲ୍ଲୀରେ ଗତ ୪ବର୍ଷ ମଧ୍ୟରେ ବିଦ୍ୟୁତ୍ ଦର ବଢିନାହିଁ । ଏହା ଦ୍ୱାରା ସିଧାସଳଖ ଭାବେ ୪୯ ଲକ୍ଷ ଉପଭୋକ୍ତା ଲାଭାବାନ ହେବେ ।

error: Thank You Keep Visiting