ପାକିସ୍ତାନ ଦେଲା ପ୍ରସ୍ତାବ; କୁଳଭୂଷଣଙ୍କୁ ମିଳିବ ସହାୟତା

Straight to the Point

ନୂଅ।ଦିଲ୍ଲୀ: ଭାରତର ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କୁ ନ୍ୟାୟ ପ୍ରଦାନ ଲାଗି ପ୍ରଥମ ପଦକ୍ଷେପ ଶୁକ୍ରବାର ନିଆଯିବ । ପାକିସ୍ତାନ କୁଳଭୂଷଣଙ୍କୁ କନ୍ସୁଲାର ସହାୟତା ଯୋଗାଇଦେବ । ପୂର୍ବରୁ ଭାରତ ପାକିସ୍ତାନକୁ କହିଥିଲା ଯେ, ଅନ୍ତର୍ଜାତୀୟ ନ୍ୟାୟିକ ଅଦାଲତଙ୍କ ରାୟକୁ ପାଳନ କରି କୁଳଭୂଷଣଙ୍କୁ ଯଥାଶୀଘ୍ର କନ୍ସୁଲାର ସହାୟତା ଉପଲବ୍ଧ କରାଯାଉ । ଏହା ପରେ ପାକିସ୍ତାନ କନ୍ସୁଲାର ସହାୟତା ଯୋଗାଇଦେବା ଲାଗି ଭାରତକୁ ପ୍ରସ୍ତାବ ଦେଇଛି । ଏହି ପ୍ରସଙ୍ଗରେ ଭାରତୀୟ ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ରବୀଶ କୁମାର କହିଛନ୍ତି ଯେ, ପାକିସ୍ତାନ ଦ୍ୱାରା ପଠାଯାଇଥିବା ପ୍ରସ୍ତାବକୁ ଆଲୋଚନା କରାଯାଇ ଖୁବ୍ଶୀଘ୍ର ନିଷ୍ପତ୍ତି ଜଣାଇଦିଆଯିବ ।

error: Thank You Keep Visiting