ଶ୍ରୀମନ୍ଦିରରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ; ସୁରକ୍ଷା କଡ଼ାକଡ଼ି

Straight to the Point

ପୁରୀ: ଗୁଇନ୍ଦା ରିପୋର୍ଟର ଅନୁଯାୟୀ ପୁରୀ ଶ୍ରୀମନ୍ଦିର ଉପରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ । ସମ୍ଭାବ୍ୟ ଆକ୍ରମଣର ମୁକାବିଲା କରିବାକୁ ପୁରୀ ପୁଲିସ ପ୍ରସ୍ତୁତ ଥିବା କହିଛନ୍ତି ଏସ୍ପି ଉମାଶଙ୍କର ଦାସ । ଏହି ସୂଚନା ମିଳିବା ପରେ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସମୁଦ୍ର ଉପକୂଳ ଅଞ୍ଚଳରେ ନାଭାଲ ଓ କୋଷ୍ଟଗାର୍ଡଙ୍କ ତରଫରୁ ପାଟ୍ରୋଲିଂକୁ ଅଧିକ କଡ଼ାକଡ଼ି କରାଯାଇଥିବା ସେ କହିଛନ୍ତି । ସେ କହିଛନ୍ତି, ସମୁଦ୍ର କୂଳ ଅଞ୍ଚଳରେ ବିଳମ୍ବିତ ରାତିରେ ବୁଲାବୁଲି କରୁଥିବା ଅଜଣା ଲୋକଙ୍କ ଉପରେ ନଜର ରଖିବା ଲାଗି ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ପୁରୀ ସହରକୁ ସଂଯୋଗ କରିଥିବା ସମସ୍ତ ରାସ୍ତା ଓ ସହର ମଧ୍ୟରେ ୨୪ ଘଣ୍ଟିଆ ପୁଲିସ୍ ପହରା ଦେଉଛନ୍ତି ।

error: Thank You Keep Visiting