ଉନ୍ନାଓ ପୀଡିତା:ପୁଲିସ୍ ଉପସ୍ଥିତିରେ ଧମକାଉଥିଲେ ବିଜେପି ନେତା ସେନଗାରଙ୍କ ଗୁଣ୍ଡା

Straight to the Point

ଉନ୍ନାଓ : ଉନ୍ନାଓ ପୁଲିସକୁ ୩୬୫ ଦିନ ମଧ୍ୟରେ ପୀଡିତା ଦେଇଥିବା ୩୫ ଲିଖିତ ଅଭିଯୋଗ ମଧ୍ୟରୁ ଗୋଟିଏ ଯଦି ଶୁଣାଣି ହୋଇଥାନ୍ତା ତା’ହେଲେ ପୀଡିତାର ଖୁଡୀ ଓ ମାଉସୀ ଆଜି ବଞ୍ôଚଥାନ୍ତେ ଏବଂ ନିଜେ ପୀଡିତା ବଞ୍ôଚବା ମରିବା ମଧ୍ୟରେ ଫସି ରହିନଥାନ୍ତା ।

ଗୋଟିଏ ପଟେ ଲକ୍ଷେ୍ନøର ହସ୍ପିଟାଲରେ ଗଣଦୁଷ୍କର୍ମ ଘଟଣାର ପୀଡିତା ଜୀବନ ମରଣ ସହିତ ଲଢ଼ୁଥିବାବେଳେ, ÷ଅନ୍ୟପଟେ ତାଙ୍କୁ ନ୍ୟାୟ ଦେବା ପାଇଁ ଲଢ଼ୁଥିବା ସମସ୍ତ ସାହାୟତାକରୀ ଗୋଟିଏ ପରେ ଗୋଟିଏ ଦୂରେଇ ଯାଉଛନ୍ତି । ୨୮ ଜୁଲାଇରେ ରାୟବରେଲୀ ଯିବା ସମୟରେ ଆକ୍ସିଡେଣ୍ଟରେ ମୃତ୍ୟୁବରଣ କରିଥିବା ପୀଡିତାଙ୍କ ପ୍ରିୟଜନ ଓ ଏହି ମାମଲାର ସାକ୍ଷୀଙ୍କ ନିକଟରେ ଅନ୍ତିମ ସଂସ୍କାର କରାଯାଇଛି । ନ୍ୟାୟ ପାଇବାର ଏହି ଲଢ଼େଇ ପୀଡିତା ଧୀରେ ଧୀରେ ଏକୁଟିଆ ହୋଇଯାଇଛି । ଉନ୍ନାଓର ଏହି ଗ୍ରାମରେ ଅନ୍ତିମ ସଂସ୍କାର ହେଉଛି ଆଇନ, ନ୍ୟାୟ, ମର୍ଯ୍ୟାଦା, ହକ୍ ଓ ହକ୍ ପାଇବାକୁ ଅପେକ୍ଷା କରିଥିବା ପୀଡିତାର ।

ଉନ୍ନାଓ ଗଣଦୁଷ୍କର୍ମ ଘଟଣାରେ ପୀଡିତା’ର ଜଣେ ସହାୟତାକାରୀଙ୍କୁ କରାଗଲା ହତ୍ୟା । ପୀଡିତା’ର ଖୁଡୀ ପୀଡିତାକୁ ନ୍ୟାୟ ଦେବା ପାଇଁ ନିଜର ସମସ୍ତ ଶକ୍ତି ଲଗାଇ ଲଢ଼ୁଥିବାବେଳେ, ରାୟବରେଲୀଠାରୁ କିଛି ଦୂରରେ ଯେଉଁ କାରରେ ଯାଉଥିଲେ କାଲିଖ ପୂତୀ ଟ୍ରକ ରାସ୍ତା ଉପରେ ଦଳି ଦେଇ ଚାଲିଗଲା । ଯେଉଁଥିରେ ପୀଡିତାର ଖୁଡୀ ଥିଲେ । ପୂର୍ବରୁ ବାପାଙ୍କୁ ହରାଇଥିଲେ । ଖୁଡୀଙ୍କୁ ହରାଇଲେ । ଦାଦା ମଧ୍ୟ ଜେଲ୍ ଭିତରେ ।

ଏହା ସେହି ପରିବାରର ଦୁର୍ଭାଗ୍ୟ ଅଟେ ଯାହାର ସାମ୍ନା ଏପରି ଏକ ଶକ୍ତିଶାଳୀ ବ୍ୟକ୍ତି ସହ ହେଉଛି ଯାହାକୁ ଦେଶର ସବୁଠାରୁ ଶକ୍ତିଶାଳୀ ଓ ସର୍ବଶକ୍ତି ସମ୍ପର୍ଣ୍ଣ ପାର୍ଟି ମଧ୍ୟ ଅଙ୍ଗୁଳି ଉଠାଇପାରୁ ନାହିଁ । ପୀଡିତାଙ୍କ ପରିବାରବର୍ଗ କୁହନ୍ତି କେତେବେଳେ ମଦ୍ୟପାନ କରି ତ ଆଉ କେବେ ଅସ୍ତ୍ର ଧରି ଓ ଆଉ କେବେ ବହୁ ସଂଖ୍ୟାରେ ଗୁଣ୍ଡା ବିଜେପି ବିଧାୟକ କୁଲଦୀପ ସେନଗାରଙ୍କ ନିର୍ଦ୍ଦେଶରେ ପୀଡିତାଙ୍କ ଘରକୁ ଆସିଥାନ୍ତି । ଏହାପରେ ପୀଡିତାଙ୍କୁ ଧମକାଇବା ସହିତ ପରିବାରବର୍ଗଙ୍କୁ ହତ୍ୟା କରିବାକୁ ଧମକ ମଧ୍ୟ ଦେଇ ଚାଲିଯାଆନ୍ତି ।

error: Thank You Keep Visiting