ଅଷ୍ଟ୍ରେଲିଆର ସମ୍ମାନ ବଞ୍ଚାଇଲେ ସ୍ମିଥ୍; ଭାଙ୍ଗିଲେ ସଚିନ ଓ ବିରାଟଙ୍କ ରେକର୍ଡ

Straight to the Point

ବର୍ମିଂହାମ: ଆସେସ୍ ଶୃଙ୍ଖଳା ସହିତ ବିଶ୍ୱ ଟେଷ୍ଟ୍ ·ମ୍ପିଅନସିପ୍ ଆରମ୍ଭ ହୋଇଛି । ଇଂଲଣ୍ଡ ଷ୍ଟୁଆର୍ଟ ବ୍ରଡଙ୍କ ୫ ୱିକେଟ୍ ସଫଳତା ବଳରେ ପ୍ରଥମ ଦିନରେ ଭ୍ରମଣକାରୀ ଅଷ୍ଟ୍ରେଲିଆ ଷ୍ଟିଭେନ୍ ସ୍ମିଥଙ୍କ ଲଢ଼ୁଆ ଶତକ (୧୪୪, ୨୧୯ ବଲ, ୧୬ ଚେକା, ୨ ଛକା) ବଳରେ ସମ୍ମାନ ବଞ୍ଚାଇବାରେ ସକ୍ଷମ ହୋଇଛି । ପ୍ରଥମ ଦିନରେ ଅଷ୍ଟ୍ରେଲିଆ ସମସ୍ତ ୱିକେଟ୍ ହରାଇ ୨୮୪ ରନ୍ କରିଛି । ଷ୍ଟମ୍ପ୍ସ ବେଳକୁ ଇଂଲଣ୍ଡ ବିନା କ୍ଷତିରେ ୧୦ ରନ୍ କରିଛି ।

୧୬ ମାସ ପରେ ଟେଷ୍ଟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିଥିବା ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ୍ ଗୁରୁବାର ଇଂଲଣ୍ଡ ବିପକ୍ଷରେ ଦଳ ସଂଘର୍ଷ କରୁଥିବାବେଳେ ୧୪୪ ମାରି ଦଳର ସମ୍ମାନକୁ ବଞ୍ଚାଇବାରେ ସଫଳ ହୋଇଛନ୍ତି । ଏହି ଶତକ ବଳରେ ସେ ଏବେ ବିରାଟ କୋହଲି ଏବଂ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି ।
ସ୍ମିଥଙ୍କ ଏହି ଶତକ ତାଙ୍କର ୨୪ ତମ ଶତକ ଥିଲାୟ ମୋଟ୍ ୧୧୮ଟି ଇନିଂସ ଖେଳି ସେ ୨୪ଟି ଶତକ ମାରିଛନ୍ତି । ଏହା ପୂର୍ବରୁ ବିରାଟ କୋହଲି ୧୨୩ଟି ଇନିଂସ ଖେଳି ୨୪ଟି ଶତକ କରିଥିବାବେଳେ ସଚିନ ତେନ୍ଦୁଲକର ୧୨୫ଟି ଇନିଂସ ଖେଳି ୨୪ଟି ଶତକ ମାରିଥିଲେ ।

error: Thank You Keep Visiting