ଦେଶର ଜନତା ପରିବାରବାଦ ଓ ଜାତିବାଦକୁ ପ୍ରତ୍ୟାଖାନ କରିଛନ୍ତି: ଶିବାରଜ

Straight to the Point

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି ଉପରେ ଲୋକ ଆସ୍ଥା ବଢିଛି । କ୍ଷମତା ପାଇଁ ନୁହେଁ ରାଷ୍ଟ୍ର ଗଠନ ପାଇଁ ବିଜେପି କାର୍ଯ୍ୟ କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ନେତୃତ୍ୱରେ ସଂସଦରେ ଅନେକ ଐତିହାସିକ ବିଲ୍ ପାରିତ ହୋଇଛି । ବିଜେପି ସରକାରର ମୂଳମନ୍ତ୍ର ସବ୍କା ସାଥ୍ ସବ୍କା ବିକାଶ, ସବକା ବିଶ୍ୱାସ ଏବଂ ସଙ୍ଗଠନ ମୂଳମନ୍ତ୍ର ସର୍ବ ବ୍ୟାପି, ସର୍ବ ସ୍ପର୍ଶୀ । ଏହି ପରିପ୍ରେକ୍ଷୀରେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଜନତା ବିଜେପିରେ ସାମିଲ ହେଉଛନ୍ତି । ଦେଶର ଅନେକ ପ୍ରତିଭା ବିଜେପି ସହିତ ଯୋଡି ହୋଇଛନ୍ତି ଏବଂ ସବୁ ବର୍ଗର ଲେକମାନେ ବିଜପିର ସଦସ୍ୟତା ଗ୍ରହଣ କରିବା ପାଇଁ ରାଷ୍ଟ୍ରୀୟ ସଦସ୍ୟତା ପ୍ରମୁଖ ଓ ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ଏକ ସାମ୍ବାଦିକ ସମ୍ମିଳନୀରେ ଆହ୍ୱାନ ଦେଇଛନ୍ତି ।
ଶ୍ରୀ ଚୌହାନ କହିଛନ୍ତି ଯେ, ଲୋକସଭା ନିର୍ବାଚନରେ ଦେଶର ଜନତା ବଶଂବାଦ,ପରିବାରବାଦ ଓ ଜାତିବାଦ ଦଳ ଗୁଡିକୁ ହଟାଇ ଦେଇଛନ୍ତି । ଉତରପ୍ରଦେଶ, ବିହାର ଓ ପଶ୍ଚିମବଙ୍ଗରେ ଜନତା କଂଗ୍ରେସକୁ ପ୍ରତ୍ୟାଖାନ କରିଛନ୍ତି । ଦେଶବାସୀ ରାଷ୍ଟ୍ରବାଦ ଓ ବିକାଶକୁ ବାଛିଛନ୍ତି । ଦେଶରେ କଂଗ୍ରେସ ଅତି ନିମ୍ନମାନର ପ୍ରର୍ଦଶନ କରି ପରାଜିତ ହେବା ପରେ ବି ଚେତା ପସିନି । କଂଗ୍ରେସ ପରିବାରବାଦ ରାଜନୀତିରେ ବିଶ୍ୱାସ କରେ । ସେଥିଲାଗି ପୁଣିଥରେ ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ସଭାପତି କରାଯାଇଛି । ପରାଜୟରୁ କଂଗ୍ରେସ କିଛି ଶିକ୍ଷାଲାଭ କରିନାହିଁ । ଭାରତୀୟ ଜନତା ପାର୍ଟି ପରିବାର କି ବଶଂ ଆଧାରରେ ଚାଲେନି । ଏଠି ଚା ବିକାଳି ପ୍ରଧାନମନ୍ତ୍ରୀ ଏବଂ ଖବରକାଗଜ ବିକାଳି ରାଷ୍ଟ୍ରପତି ହୋଇପାରେ ।
ଡ. ଶ୍ୟାମପ୍ରସାଦ ମୁଖାର୍ଜୀ, ପଣ୍ଡିତ ଦିନଦୟାଲ ଉପାଧ୍ୟାୟ, ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପୋୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା, ଏବଂ ପୂର୍ବତନ ମନ୍ତ୍ରୀ ଅରୁଣ ଜେଟଲୀ ଏମାନେ କୌଣସି ପରିବାରବାଦରୁ ଆସି ରାଜନୀତି କରିନାହାଁନ୍ତି । ଆଜି କାଶ୍ମିରୀର ଏଭଳି ସ୍ଥିତି ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାର ଲାଲ ନେହୁରୁ ଦାୟୀ । ସର୍ଦ୍ଦାର ବଲେଭ ଭାଇ ପଟେଲଙ୍କ ନେତୃତ୍ୱ ଥିଲେ ଆଜି ସଂପୂଣ୍ଣ କାଶ୍ମିରୀ ଆମର ହୋଇଥାନ୍ତା । ଅନୁଚ୍ଛେଦ ୩୭୦ ଲଗାଇ ନେହେରୁ ପ୍ରାରମ୍ଭରୁ ଭୁଲ୍ କରିଛନ୍ତି । ତାଙ୍କ ଭୂଲ ପାଇଁ ପାକ୍ ଅଧୀକୃତ କାଶ୍ମିରୀ ଜନ୍ମ ନେଇଛି । ପଣ୍ଡିତ ଜବାହାରଲାଲ ନେହୁରୁଙ୍କର ଏହା ଏକ ଐତିହାସିକ ଭୁଲ୍ ଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଥିବା ବିଜେପି ସରକାର ଅନୁଚ୍ଛେଦ ୩୭୦ ଉଚ୍ଛେଦ କରି ଏବେ କାଶ୍ମିରୀବାସୀଙ୍କୁ ସ୍ୱାଧୀନତା ଦେଇଛନ୍ତି । ଇନ୍ଦିରା ଗାନ୍ଧୀଜୀ ଜରୁରିକାଳୀନ ପରିସ୍ଥିତି ସୃଷ୍ଟି କରି ଲୋକତନ୍ତ୍ରକୁ ହତ୍ୟା କରିଥିଲେ । ସୁପ୍ରିମକୋର୍ଟର ଆଦେଶକୁ ଅବମାନନା କରି ସମ୍ବିଧାନକୁ ସଂଶୋଧନ କରି କଂଗ୍ରେସ ଦଳ ଅପରାଧ କରିଥିଲା । ତିନି ତଲାକ ଉଚ୍ଛେଦ କରି ପ୍ରଧାନମନ୍ତ୍ରୀ ମୋଦି ଦେଶର ସମସ୍ତ ମୁସଲିମ ମହିଳାଙ୍କୁ ତାଙ୍କ ଅଧିକାର ପ୍ରଦାନ କରିଛନ୍ତି ବୋଲି ଶ୍ରୀ ଚୌହାନ କହିଛନ୍ତି ।
ମନମୋହନ ସିଂ ପ୍ରଧାନମନ୍ତ୍ରୀ ଥିଲାବେଳେ ଦେଶରେ ମାଆ ପୁଅ ଶାସନ କରି ଅନେକ ଘୋଟାଲା କରିଛନ୍ତି । ଓଡିଶା ପଛୁଆ, ଦାରିଦ୍ର, ବେରୋଜଗାର ପାଇଁ କଂଗ୍ରେସ ସରକାର ଯେତିକି ଦାୟୀ ଥିଲା ତାହାଠୁ ଅଧିକ ଏବେ ବିଜେଡି ସରକାର ଦାୟୀ । ଓଡିଶାରେ ବିଜେଡି ସରକାର ଶାସନ କାଳରେ ଦୀର୍ଘ ୨୦ ବର୍ଷ ପରେ ବି ରାଜ୍ୟରେ ବିକାଶ ହୋଇପାରି ନାହିଁ । ଏଠାରେ ଏତେ ପରିମାଣ ଜଳ ଥାଇ ମଧ୍ୟ ମାତ୍ର ୩୧ ପ୍ରତିଶତ ଜମିକୁ ଜଳସେଚିତ କରାଯାଇଛି କାହିଁକି ? ୨୦ ବର୍ଷର ଶାସନ କାଳରେ ରାଜ୍ୟରେ ଚାଷୀମାନଙ୍କ ଆୟ ବୃଦ୍ଧି ହୋଇପାରିଲା ନାହିଁ କାହିଁକି ? ରାଜ୍ୟ ସରକାର ଚାଷୀଙ୍କ ତାଲିକା ପ୍ରସ୍ତୁତ କରିନପାରିବା କାରଣରୁ ପ୍ରାଧନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ରାଜ୍ୟର ଲକ୍ଷ ଲକ୍ଷ ଚାଷୀଙ୍କୁ ସହାୟତା ରାଶି ମିଳିପାରି ନାହିଁ । ନବୀନ ବାବୁଙ୍କ ଶାସନରେ ପ୍ରତିଦିନ ଚାଷୀ ଆତ୍ମହତ୍ୟା କରୁଛନ୍ତି । ସ୍ୱଚ୍ଛ ଭାରତ ଯୋଜନାରେ କେନ୍ଦ୍ର ସରକାରଙ୍କ ଅନୁଦାନକୁ ରାଜ୍ୟସରକାର କାର୍ଯ୍ୟକାରୀ ନକରି ହଡପ କରିଛି । ସେହିପରି ଆୟୁଷ୍ମାନ ଭାରତ ସାରା ଦେଶରେ ଲାଗୁ ହୋଇଥିବାବେଳେ ନବୀନ ବାବୁ ଓଡିଶାରେ ଏହାକୁ ଲାଗୁ ନକରି ଗରୀବଙ୍କ ସ୍ୱାସ୍ଥ୍ୟ ସେବାରେ ବାଧକ ସାଜିଛନ୍ତି ବୋଲି ଶ୍ରୀ ଚୌହାନ ଅଭିଯୋଗ କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟସଭାପତି ତଥା ସାସଂଦ ବସନ୍ତ ପଣ୍ଡା, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ରାଜ୍ୟ ସଦସ୍ୟତା ପ୍ରଭାରି ଅନନ୍ତ ନାୟକ ଏବଂ ରାଜ୍ୟ ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

error: Thank You Keep Visiting