ହୀରାକୁଦ ଡ୍ୟାମ୍ ଖୋଲିଲା ଆଉ ୨ଟି ଗେଟ୍

Straight to the Point

ସମ୍ବଲପୁର: ରବିବାର ହୀରାକୁଦର ଆଉ ୨ଟି ଗେଟ୍ ଖୋଲାଯାଇଛି । ଏହା ପୂର୍ବର ୫ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଥିଲା । ମୋଟି ୭ଟି ଗେଟ୍ ଦେଇ ହୀରାକୁଦ ଜଳଭଣ୍ଡାରରରୁ ଜଳ ନିଷ୍କାସନ କରାଯାଇଛି । ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଏବେ ୬୨୦.୧୭ଫୁଟ୍ ରହିଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟରେ ୧ ଲକ୍ଷ ୫ ହଜାର ୮୪୪ କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବେଳେ ଜଳଭଣ୍ଡାର ମଧ୍ୟରୁ ୯୪ ହଜାର ୭୯୭ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ମହାନଦୀର ବନ୍ୟା ଜଳ ତଳମୁଣ୍ଡରେ ପହଞ୍ଚିବା ପରେ ଏହାର ପ୍ରମୁଖ ଶାଖା ନଦୀ ଫୁଲି ଉଠିଛନ୍ତି । ଫଳରେ ପୁରୀ, ଖୋର୍ଦ୍ଧା, କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାର ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏସବୁ ଜିଲ୍ଲାର ସତର୍କ ରହିବାପାଇଁ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଅନ୍ୟପକ୍ଷରେ ପୁରୀ ଜିଲ୍ଲା କଣାସ ବ୍ଲକ୍ରେ ବନ୍ୟା ପାଣି ପ୍ରବେଶ କରିଥିବାରୁ କଣାସ ବ୍ଲକର ବହୁ ଗାଁ ଏବେ ଜଳବନ୍ଦୀରେ ରହିଛନ୍ତି ।

error: Thank You Keep Visiting