ବିବାହ ଉତ୍ସବରେ ବିସ୍ଫୋରଣ; ୬୩ ମୃତ

Straight to the Point

କାବୁଲ: ଶନିବାର ବିଳମ୍ବିତ ରାତିରେ ଆଫଗାନିସ୍ତାନର ରାଜଧାନୀ କାବୁଲରେ ଏକ ବିବାହ ସମାରୋହରେ ହୋଇଛି ବଡ଼ ଧରଣର ବିସ୍ଫୋରଣ । ଏଥିରେ ୬୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପ୍ରାୟ୧୭୫ ଜଣ ଆହତ ହୋଇଛନ୍ତି । ଆଫଗାନିସ୍ଥାନର ପତ୍ରକାର ବିଲାଲ ସରବରୀଙ୍କ ସୂଚନା ଅନୁଯାୟୀ, ହଜାରା ସମୁଦାୟର ବିବାହ ମଣ୍ଡପରେ ବିସ୍ଫୋରଣ ହୋଇଥିଲା । ଶନିବାର ରାତିରେ ସ୍ଥାନୀୟ ସମୟ ୧୦.୪୦ରେ ଏହି ବିସ୍ଫୋରଣ ଘଟିଥିଲା । ଏହି ଘଟଣାଟି କୌଣସି ଆତଙ୍କବାଦ କରିଥିବା ନେଇ ଅନୁମାନ କରାଯାଉଛି । ପ୍ରତ୍ୟକ୍ଷଦର୍ଶୀଙ୍କ ମତରେ ବିସ୍ଫୋରଣ ସମୟରେ ୱେଡିଙ୍ଗ ହଲରେ ଅନେକ ଅତିଥି ଥିଲେ । ଆହତମାନଙ୍କୁ ସ୍ଥାନୀୟରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଂଗଠନ ଏହି ଘଟଣାରେ ନିଜକୁ ଦାୟୀ କରିନାହାଁନ୍ତି ।

error: Thank You Keep Visiting