କୂଳ ଲଂଘୁଛି ସାଳନ୍ଦୀ ନଦୀ ବିପଦରେ ସିତଳପୁର ଗ୍ରାମ ବାସୀ !

An Independent Media

ଆରଡ଼ି(ଓଡ଼ିଶାଜର୍ଣ୍ଣାଲ) ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ର ଆରଡ଼ି ପଞ୍ଚାୟତ ଅନ୍ତଗତ ସିତଳପୁର ଗାଁ ।ଏହି ଗାଁ ଦେଇ ସାଳନ୍ଦୀ ନଦୀ ବହିଯାଇଛି।ବର୍ଷାଦିନ ଆରମ୍ଭ ହେଲେ ଏହି ନଦୀ ଫୁଲି ଉଠେ।ନଦୀ ପାଖରାସ୍ତା ଦେଇ ଅଛି ଏକ ବିଦ୍ୟାଳୟ ।ହେଲେ ଅଭିଭାବକ ପାଇଁ ଦାଉ ସାଧିଛି ।ଏହି ସାଳନ୍ଦୀ ନଦୀ ।ବିପଦରେ ଦିନ କାଟୁଛନ୍ତି ସିତଳପୁର ଗାଁ ର ଲୋକେ । ଦିନ ଦିପହର ବେଳେ କୁମ୍ଭୀର ଗାଁ ପାଖରେ ଶୋଇ ରହୁଛି।କେତେବେଳେ ଯେ କାହାର ପ୍ରାଣ ଚାଲିଯିବ ।ତାହା କହିହେଉନାହିଁ। ଜିଲ୍ଲା ପ୍ରଶାସନ ର ଅବହେଳା ଦେଖିବାକୁ ମିଳିଛି ଏହି ଗାଁ ।ପ୍ରଶାସନ ବନ୍ୟା ଆସିଲେ ତତ୍ପର ହୋଇ କିଛି ବାଲି ବସ୍ତା ନଦୀ ବନ୍ଧ ପାଖରେ ପକାଇ ଥିଲା ।ତାହା ସମୁଦ୍ର କୁ ଶଙ୍ଖେ। ଏହି ବନ୍ଧ ଦେଇ ପିଲାମାନଙ୍କୁ କାନ୍ଧରେ ଧରି ଅଭିଭାବକ ମାନେ ବିଦ୍ୟାଳୟ କୁ ନେଇଥାନ୍ତି। କେବେ ହେବ ଏହି ନଦୀବନ୍ଧ ମରାମତି ତାହା ଦେଖିବାକୁ 
ବାକିରହିଲା।

error: Thank You Keep Visiting