ଖୋଲାଗଲା ହୀରାକୁଦ ଡ୍ୟାମ୍‌ର ଆଉ ୭ଟି ଗେଟ୍

An Independent Media

ସମ୍ବଲପୁର: ଉପରମୁଣ୍ଡରେ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରରର ଜଳସ୍ତର ବଢୁଛି। ତେଣୁ ଜଳଭଣ୍ଡାରର ଆଉ ୭ଟି ଗେଟକୁ ଆଜି ଖୋଲି ଦିଆଯାଇଛି।

ଗତକାଲି ୭ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଥିବାବେଳେ ଆଜି ଆଉ ୭ଟି ଗେଟ୍ ଖୋଲା ଯାଇଛି। ଫଳରେ ୧୪ଟି ଗେଟ ଦେଇ ଜଳ ନିଷ୍କାସିତ ହେଉଛି।  ହୀରାକୁଦର ବର୍ତ୍ତମାନ ଜଳସ୍ତର ୬୨୦. ୮୭ ମିଟର ରହିଛି ।ମହାନଦୀର ଉପମୁଣ୍ଡରେ ବର୍ଷାର ପରିମାଣ ବଢୁ ଥିବାରୁ ଇବ୍ ନଦୀରେ ବର୍ଷା ପାଣି ଆସି ହୀରାକୁଦ ଡ୍ୟାମ ଭିତରକୁ ପ୍ରବେଶ କରୁଛି।  ଡ୍ୟାମ ଭିତରକୁ ସକାଳ ସାଢେ ୯ଟା ସୁଦ୍ଧା ୧ ଲକ୍ଷ ୭୫ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଥିଲା । ଡ୍ୟାମରେ ୨ ଲକ୍ଷ ୩୭ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି। ୧୪ଟି ଗେଟ୍ ଖୋଲିବା ପରେ ମୁଣ୍ଡଳୀରେ ସର୍ବାଧିକ ୪ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ ବୋଲି କହିଛନ୍ତି ଡ୍ୟାମ କର୍ତ୍ତୃପକ୍ଷ।

error: Thank You Keep Visiting