ଦୂଷିତ ପାଣି ପିଇ ୩ ସ୍କୁଲ ଛାତ୍ରଛାତ୍ରୀ ଅସୁସ୍ଥ

Straight to the Point

ଭଦ୍ରକ: ବିଦ୍ୟାଳୟର ପାଣିଟାଙ୍କିରୁ ଦୂଷିତ ପାଣି ପିଇ ୩ ଜଣ ସପ୍ତମ ଶ୍ରେଣୀର ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିିତ୍ସିତ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଉକ୍ତ ଛାତ୍ରଛାତ୍ରୀଙ୍କ ପରିବାର ଲୋକଙ୍କ ସୂତ୍ରରୁ ଯାହା ଜଣାଯାଏ ଆଜି ଭଦ୍ରକ ଜିଲାସ୍କୁଲରେ ସପ୍ତମ ଶ୍ରେଣୀରେ ପଢୁଥିବା ଛଡାକମହଲା ଗ୍ରାମର ସାରିନ ଫିର୍ଜା (୧୩), ବଙ୍କ ବାସୁଦେବପୁରର ଆର୍ଜୁ ପରୱିନ ଓ କଣ୍ଟାବଣିଆ ଗ୍ରାମର ମିର୍ଜା ସର୍ଫରାଜ ବେଗ୍ ନାମକ ୩ ଜଣ ଛ୍ରାତ୍ରଛାତ୍ରୀ ଖେଳଛୁଟି ସମୟରେ ବିଦ୍ୟାଳୟ ପାଣିଟାଙ୍କି ସଂଲଗ୍ନ ଟେପ୍ରୁ ପାଣି ପିଇଥିଲେ ।

ଏହାପରେ ସେମାନେ ଅସୁସ୍ଥ ଅନୁଭବ କରିଥିଲେ । ତେବେ ଘରେ ପହଞ୍ôଚବା ପରେ ପରେ ସାରିନ୍ ପ୍ରଥମେ ଅଚେତ୍ ହୋଇପଡିଥିଲା । ପରେ ପରେ ଅନ୍ୟ ୨ ଜଣ ଛାତ୍ରଛାତ୍ରୀ ମଧ୍ୟ ସେମାନଙ୍କ ଘରେ ଅସୁସ୍ଥ ହୋଇପଡିବାରୁ ସେମାନଙ୍କ ପରିବାର ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଭର୍ତ୍ତି କରିଥିଲେ ।

ତେବେ ୩ ଜଣ ଛାତ୍ରଛାତ୍ରୀ ଦୂଷିତ ପାଣି ପିଇ ଅସୁସ୍ଥ ହେବା ବିଷୟ ପରିବାର ଲୋକେ କହୁଥିବାବେଳେ ଏ ସଂପର୍କରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସହ ଯୋଗାଯୋଗ ନହେବାରୁ ବରିଷ୍ଠ ଶିକ୍ଷୟିତ୍ରୀ ତପସ୍ୱିନୀ ଦାସ ଯାହା କହନ୍ତି ମୋ ସ୍କୁଲ ଯୋଜନାରେ ବିଦ୍ୟାଳୟରେ ୫ ଲକ୍ଷ ଟଙ୍କାର ୨ଟି ଅତ୍ୟାଧୁନିକ ଆକ୍ୱାଗାର୍ଡ ଲାଗିଥିବାବେଳେ ସେମାନେ ବାହାରୁ କାହିଁକି ପାଣି ପିଇଲେ । ଏବଂ ଏଭଳି ଏକ ଅଭାବନୀୟ ଘଟଣା ସେମାନଙ୍କ ଘରେ ପହଞ୍ôଚବା ପରେ ଘଟିଥିବାରୁ ସେମାନଙ୍କୁ କେହି ସୂଚନା ଦେଇନାହାଁନ୍ତି । ଏଣୁ ସେ ବିଷୟରେ ସେ ସଂପୂର୍ଣ୍ଣ ଅଜ୍ଞ ଥିବା ବିଷୟ କହିଛନ୍ତି ।

error: Thank You Keep Visiting