ଭିଏସ୍ଏସ୍ୟୁଟିରେ ରାଗିଂ ଘଟଣା: ବର୍ଷେ ପାଇଁ ପରୀକ୍ଷାରୁ ବାଦ୍ ପଡ଼ିଳେ ୧୦ ଛାତ୍ର

Straight to the Point

ସମ୍ବଲପୁର: ସମ୍ବଲପୁର ବୁର୍ଲା ଭିଏସ୍ଏସ୍ୟୁଟିରେ ରାଗିଂ ଘଟଣାରେ କର୍ତ୍ତୃପକ୍ଷ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ୧୦ ଛାତ୍ରଙ୍କୁ ଏକ ବର୍ଷ ପାଇଁ ପରୀକ୍ଷାରୁ ବାଦ୍ ଦେଇଛି ବିଶ୍ୱବିଦ୍ୟାଳୟ ପ୍ରଶାସନ । ଏହା ସହିତ ରାଗିଂରେ ସାମିଲ ୫୨ ଛାତ୍ରଙ୍କୁ ୨ ହଜାର ଟଙ୍କା ଲେଖାଏଁ ଜରିମାନା ଲଗାଯାଇଛି । ବିଶ୍ୱବିଦ୍ୟାଳୟ ଶୃଙ୍ଖଳା କମିଟିର ଅନୁମୋଦନ କ୍ରମେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । କୁଳପତି ଡ.ଅଟଳ ଚୌଧୁରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ସମ୍ବଲପୁର ବୁର୍ଲା ଭିଏସଏସୟୁଟିରେ ରାଗିଂ ଘଟଣାର ଭିଡ଼ିଓ ପ୍ରସାରଣ ପରେ ମାମଲା ସାମ୍ନାକୁ ଆସିଥିଲା । ଏହି ଘଟଣା ବୈଷୟିକ ଶିକ୍ଷାମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛି । ଏହା ପରେ ବିଶ୍ୱବିଦ୍ୟାଳୟ ପ୍ରଶାସନ ଏହାକୁ ଗମ୍ଭୀରତାର ସହ ନେଇଛି । ହଷ୍ଟେଲ କର୍ତ୍ତୃପକ୍ଷ ଘଟଣାର ତଦନ୍ତ କରୁଛନ୍ତି । ୱାଡେନଙ୍କ ଦ୍ୱାରା ଚିହ୍ନଟ ହେବା ପରେ ୧୦ ଛାତ୍ର ସେମାନଙ୍କର ଦୋଷ ସ୍ୱୀକାର କରିଛନ୍ତି । ଏହା ପରେ ବିଶ୍ୱବିଦ୍ୟାଳୟ ଶୃଙ୍ଖଳା କମିଟିର ଅନୁମୋଦନ କ୍ରମେ ୧୦ ଛାତ୍ରଙ୍କୁ ଏକ ବର୍ଷ ପାଇଁ ପରୀକ୍ଷାରୁ ବାଦ୍ ଦିଆଯାଇଛି । ଏହି ରାଗିଂରେ ସାମିଲ ଅନ୍ୟ ୫୨ ଛାତ୍ରଙ୍କୁ ୨ ହଜାର ଟଙ୍କା ଲେଖାଏଁ ଜରିମାନା ଦେବାପାଇଁ କମିଟି ପକ୍ଷରୁ ଘୋଷଣା କରାଯାଇଛି ।

ସୂଚନଯୋଗ୍ୟ, ସମ୍ବଲପୁର ବୁର୍ଲା ଭିଏସଏସୟୁଟିରେ ରାଗିଂ ଅଭିଯୋଗ ହୋଇଛି । ହଷ୍ଟେଲରେ ନବାଗତ ୫୦ରୁ ଅଧିକ ଛାତ୍ରଙ୍କୁ ରାଗିଂ ହୋଇଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରେମାନନ୍ଦ ନାୟକ ଘଟଣାର ତଦନ୍ତ କରିବା ପାଇଁ ରେଜିଷ୍ଟାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତଦନ୍ତ ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରେମାନନ୍ଦ କହିଥିଲେ ।

error: Thank You Keep Visiting