ମହାନଦୀରେ ପୋଲ ନିମନ୍ତେ ଭିତି ପ୍ରସ୍ତର ସ୍ଥାପନର ୬ମାସ ପରେବି କାର୍ଯ୍ୟ ଶୂନ

Straight to the Point

ଜଗତସିଂହପୁର: ଶିର୍ଲୋ ଠାରେ ମହାନଦୀରେ ପୋଲ ନିର୍ମାଣ ନିମନ୍ତେ ଭିତିପ୍ରସ୍ତର ସ୍ଥାପନର ଛଅ ମାସ ବିତି ଯାଇଥଲେ ମଧ୍ୟ ଏ ପର୍ଯ୍ୟନ୍ତ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇନାହିଁ । ପ୍ରକାଶ ଥାଉ କି, ମହାନଦୀର ଶିର୍ଲୋଠରେ ପୋଲ ନିର୍ମାଣ ନିମନ୍ତେ ଗତ ମାର୍ଚ ମାସରେ ସ୍ଥାନୀୟ ବିଧାୟକଙ୍କ ଦ୍ୱାରା ଭିତିପ୍ରସ୍ତର ସ୍ଥାପନ କରାଯାଇଥିଲା । ଏଥିରେ ରାଜ୍ୟ ସରକାରଙ୍କର ଗ୍ରାମ ଉନ୍ନୟନ ବିଭାଗର ପଦସ୍ଥ ଅଧିକାରୀମାନେ ଉପସ୍ଥିତ ଥିଲେ । ମାତ୍ର ଭିତିପ୍ରସ୍ଥର ସ୍ଥାପନର ଛଅମାସ ବିତି ଯାଇଥିଲେ ମଧ୍ୟ ଏଠାରେ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇନାହିଁ ଫଳରେ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି । ଏଠାରେ ସୂଚନା ଯୋଗ୍ୟ,ମହାନଦୀର ଶିର୍ଲୋ ଘାଟରେ ୫୦ଟିରୁ ଉଦ୍ଧ୍ୱର୍ ଗ୍ରାମର ହଜାର ହଜାର ଲୋକ ଦୈନିକ ନଦୀପାର ନିମନ୍ତେ କେବଳ ଡଙ୍ଗା ହିଁ ସାହା ।

ପ୍ରକାଶଥାଉକି ମହାନଦୀର ଶିର୍ଲୋ ଘାଟରେ ଏକ ପୋଲ ନିର୍ମାଣ ନିମନ୍ତେ ଆଜକୁ ୨୦ବର୍ଷ ହେଲା ଦାବୀ ହୋଇଆସୁଅଛି । ମହାନଦୀର ଶିର୍ଲୋଠାରେ ପୋଲ ନିର୍ମାଣ ପ୍ରକାଶ ଥାଉକି ମହାନଦୀର ଶିର୍ଲୋଠାରେ ଏକ ପୋଲ ନିର୍ମାଣ କରାଗଲେ ଚଣ୍ଡୀଖୋଲରୁ ପୁରୀ ଭାୟା ନେମାଳ ଓ ଜଗତସିଂହପୁର ଜିଲ୍ଲା ସଦର ମହକୁମାରୁ ରତ୍ନଗିରୀ ସହ ଯାତାୟତର ବହୁ ସୁବିଧା ହୋଇପାରିବ । ଏପରିକି ଲଳିତଗିରି, ଚଣ୍ଡିଖୋଲରୁ ପୁରୀ, କୋଣାର୍କ ଭାୟା ଜଗତ୍ସିଂହପୁର ମଧ୍ୟରେ ବସ୍ ଓ ଅନ୍ୟାନ୍ୟ ଚାରିଚକିଆ ଯାନବାହନ ଯାତାୟତର ନିମନ୍ତେ ଖୁବ୍ କମ୍ ଦୂରତ୍ୱ ହୋଇପାରିବ ।

ଏହି ଶିର୍ଲୋ ଠାରେ ମହାନଦୀରେ ସେତୁ ନିର୍ମାଣ କରାଗଲେ ୫ ଗୋଟି ଜିଲ୍ଲା ଜଗତିସଂହପୁର, ପୁରୀ, କଟକ, କେନ୍ଦ୍ରାପାଡା, ଯାଜପୁର ଜିଲ୍ଲାସହ ଯୋଗାଯୋଗର ସୁବିଧା ହୋଇପାରିବ । ଏଠାରେ ପ୍ରକାଶ ଥାଉକି, ରଘୁନାଥପୁର ବ୍ଲକ ଅଧିନରେ ଥିବା ଶିର୍ଲୋ,ମାଣପୁର, ଇଶାଣିବ୍ରହ୍ମପୁର ଗ୍ରାମପଂଚାୟତ ଜିଲ୍ଲା ପୁନଃଗଠନ ହେବାପରେ ସୁଦୂର ନିଶ୍ଚିତକୋଇଲି ବ୍ଲକରେ ମିଶିବା ଦ୍ୱାରା ଏହି ୩ଟି ପଂଚାୟତର ଅଧିବାସୀମାନେ ନିଶ୍ଚିନ୍ତକୋଇଲି ବ୍ଲଲକୁ ୮୨ କି.ମି. ଦୂର କଟକ ଦେଇ ବୁଲି ବୁଲି ଯିବାକୁ ପଡୁଛି । ଏଠାରେ ପୋଲ ନିର୍ମାଣ କରାଗଲେ ଏହି ୩ଟି ପଂଚାୟତର ଅଧିବାସୀ ସେମାନଙ୍କର ବ୍ଲକ ନିଶ୍ଚିନ୍ତ କୋଇଲି ବ୍ଲକକୁ ମାତ୍ର ୧୩ କିଲୋମିଟର ରାସ୍ତାରେ ଅତି ସହଜରେ କମ୍ରାସ୍ତାରେ ଯାତାୟତ କରିପାରିବେ ।

ଶିର୍ଲୋ ମହାନଦୀ ଘାଟରେ ପ୍ରତିଦିନ ଡଙ୍ଗାରେ ପାଣିମାଣ୍ଡୋ, ସାହୁକେତ, ପାଟେଣିଗାଁ, ଆର୍ତ୍ତକ, ସୁଦୁଖଣ୍ଡ, ସାଇଲୋ, ଡମପଡ଼ା, ସମିତଙ୍ଗା, ଅରେଇ, ଉଦୟପୁର, ବନ୍ଧୁପୁର, ସାଆନ୍ତପୁର, ଓରିକଣ୍ଟା, ରଙ୍ଗବଜାର, ନେମାଳୋ, ଜଳଦିଆ, ହରହଂସ, ପାଳଦା, ମାଣିକପୁର, ପଳାସ, କୂଳସମିତଙ୍ଗା, ଭାବରଚାନ୍ଦ, ଚର୍ଚ୍ଚିଲିଆ, ଶିର୍ଲୋ, ଖେଣ୍ଟାଳୋ, ବରହମପୁର, ଜାହାନପୁର, ବ୍ରାହ୍ମଣଖଣ୍ଡ, କାଠୁଆଖଣ୍ଡ, ବାଙ୍କଳ, ସାଧୁସ।ହି, ରଇପଡ଼ା, ଇଶାଣୀବ୍ରହ୍ମପୁର, ପ୍ରହରାଜପୁର, ପଣ୍ଡୁଆ, ପଦ୍ମପୁର, ରଘୁନାଥପୁର, ଜଗନ୍ନାଥପୁର, ଚାନ୍ଦପୁର, ଗୋଠିଣା, ବିରାଟକଟକ, କୁଆମଙ୍ଗା, ଧରାଧରପୁର, ପୁରଣ ଓଡ଼ପଡ଼ା, ଖରିପଡ଼ିଆ, କୋରକୋରା, ଧରାଧରପୁର ଆଦି ବହୁଅଞ୍ଚଳର ହଜାର ହଜାର ଲୋକ ବହୁକଷ୍ଟରେ ମହାନଦୀ ପାରି ହୋଇ ଯାତାୟତ କରୁଛନ୍ତି । ଏହି ଘାଟରେ ପାରିହେବାକୁ ସବୁସମୟରେ ମଧ୍ୟ ଡଙ୍ଗା ମିଳେ ନାହିିଁ । ନିର୍ଦ୍ଦିଷ୍ଟ ସମୟରେ ନଆସିଲେ ଲୋକମାନେ ନଦୀ ପାରହେବା ପାଇଁ ଡଙ୍ଗା ପାଆନ୍ତି ନାହିଁ । ଓଡ଼ିଶାର ପ୍ରସିଦ୍ଧ ପୀଠ ନେମାଳ ପଦ୍ମବନରୁ ନୀଳାଚଳ ଧାମ ପୁରୀକୁ ଏ ଅଞ୍ଚଳର ଲୋକ ସହଜରେ କମ୍ ରାସ୍ତାରେ ଯିବାକୁ ହେଲେ ମହାନଦୀର ଶିର୍ଲୋଠାରେ ଏକ ପୋଲ ନିର୍ମାଣର ଏକାନ୍ତ ଆବଶ୍ୟକତା ରହିଛି । ମୁଖ୍ୟମନ୍ତ୍ରୀ ଓ ସ୍ଥାନୀୟ ବିଧାୟକ ଏଥିପ୍ରତି ଦୃଷ୍ଟିଦେଇ ତୁରନ୍ତ ମହାନଦୀର ଶିର୍ଲୋଠାରେ ତୁରନ୍ତ ପୋଲକାମ ଆରମ୍ଭ କରିବା ନିମନ୍ତେ ଏ ଅଂଚଳର ଜନସାଧାରଣ ଦାବିକରିଛନ୍ତି ।

error: Thank You Keep Visiting