ଯଥାଶୀଘ୍ର ପିଓକେକୁ ହାସଲ କରିବା ଲକ୍ଷ୍ୟରେ କାମ କରିବା ଦରକାର: ସ୍ୱାମୀ

Straight to the Point

ଚଣ୍ଡିଗଡ଼: ବିଜେପିର ରାଜ୍ୟସଭା ସୁବ୍ରମଣ୍ୟମ ସ୍ୱାମୀ ଚଣ୍ଡିଗଡ଼ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କହିଛନ୍ତି, ପାକିସ୍ତାନ ସହ ଭାରତ କୌଣସି କଥା ହେବା ଉଚିତ ନୁହେଁ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଜଣେ ପିଅନ୍ ବୋଲି ବି କହିଛନ୍ତି । ସୁବ୍ରମଣ୍ୟମ ସ୍ୱାମୀ ଆହୁରି ମଧ୍ୟ କହିଛନ୍ତି ଯେ ପିଓକେରେ ଥିବା ଲୋକେ ପାକିସ୍ତାନର ଅଧିବାସୀ ହୋଇ ରହିବାକୁ ଚାହୁଁନାହାନ୍ତି । ସେମାନେ ଭାରତବାସୀ ହେବାକୁ ଚାହୁଁଛନ୍ତି । ସ୍ୱାମୀ କହିଛନ୍ତି ଧାରା ୩୭୦ ହଟାଇ ସରକାର ପିଓକେକୁ ଭାରତରେ ମିଶାଇବାର ରାସ୍ତା ଖୋଲିଦେଇଛନ୍ତି । ଏଣୁ ଭାରତ ଯଥାଶୀଘ୍ର ପିଓକେକୁ ହାସଲ କରିବା ଲକ୍ଷ୍ୟରେ କାମ କରିବା ଦରକାର ।

error: Thank You Keep Visiting