ଆରମ୍ଭ ହେବାକୁ ଯାଉଛି ‘ଫିଟ୍ ଇଣ୍ଡିଆ ମୁଭମେଣ୍ଟ’

Straight to the Point

ନୂଆଦିଲ୍ଲୀ: ଅଗଷ୍ଟ ୨୯ ତାରିଖକୁ ଜାତୀୟ କ୍ରୀଡ଼ା ଦିବସ ରୂପେ ପାଳନ କରାଯାଉଛି । ଏହି ଅବସରରେ ଦେଶରେ “ଫିଟ୍ ଇଣ୍ଡିଆ ମୁଭମେଣ୍ଟ ବା “ସମର୍ଥ ଭାରତ ଆନ୍ଦୋଳନ’ ଆରମ୍ଭ ହେବାକୁ ଯାଉଛୁ । ନିଜେ ସମର୍ଥ ହେବା ସହ ଦେଶକୁ ସମର୍ଥ କରିବାକୁ ପଡ଼ିବ ବୋଲି “ମନ୍ କି ବାତ୍’ ରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦେଶର ସବୁ ପ୍ରାନ୍ତରେ ମେଳା ମହୋତ୍ସବ ଲାଗି ରହିଛି । ଆଉ ଏ ସବୁ ଦୀପାବଳି ଯାଏଁ ଲାଗି ରହିବ । ନିକଟରେ ଭାରତବାସୀ ଭଗବାନ କୃଷ୍ଣଙ୍କର ଜନ୍ମ ମହୋତ୍ସବ ପାଳନ କରିଛନ୍ତି । ହଜାର ହଜାର ବର୍ଷ ପରେ ବି ଏଇ ପର୍ବ ନୂତନତ୍ୱ ନେଇ ଆସୁଛି । ନୂଆ ପ୍ରେରଣା ନୂଆ ଶକ୍ତି ଯୋଗାଉଛି । ଶ୍ରୀକୃଷ୍ଣଙ୍କ ଜୀବନୀରୁ ସମସ୍ତେ ସାମ୍ପ୍ରତିକ ପରିସ୍ଥିତିର ସମାଧାନ ପାଉଛନ୍ତି । ବିବେକାନନ୍ଦଙ୍କୁ ସ୍ମରଣ କରି ସେ କହିଲେ, ୧୮୯୩ ସେପ୍ଟେମ୍ବର ୧୧ ତାରିଖରେ ଦେଇଥିବା ଐତିହାସିକ ଭାଷଣକୁ କିଏ ଭୁଲି ପାରିବ । ଚାଲନ୍ତୁ, ସ୍ୱାମୀ ବିବେକାନନ୍ଦ ଦେଖିଥିବା ଭାରତକୁ ପୁଣି ଥରେ ଦେଖିବା ଏବଂ ସ୍ୱାମୀ ବିବେକାନନ୍ଦ ଅନୁଭବ କରିଥିବା ଭାରତର ଅନ୍ତର୍ନିହିତ ଶକ୍ତିକୁ କାର୍ଯ୍ୟକାରୀ କରିବା । ଆସନ୍ତୁ, ଆତ୍ମବିଶ୍ୱାସର ସହ ଆଗେଇ ଯିବା ।

error: Thank You Keep Visiting