ପୁଲିସ ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ଆହତ

Straight to the Point

ସମ୍ବଲପୁର: ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ମୁସିମ ଅଖତାର (ବିଟୁ) ଆହତ ହୋଇଛି| ସମ୍ବଲପୁର ପୋଲିସକୁ ଦୁର୍ଦ୍ଦାନ୍ତ ଅପରାଧୀ ବିଟୁ କିଛି ବଡ ଧରଣର ଷଡଯନ୍ତ୍ର କରୁଥିବା ସୂଚନା ମିଳିବା ପରେ ଏହାକୁ ଆଧାର କରି ପୋଲିସର ସ୍ପେଶାଲ ସ୍କ୍ବାର୍ଡ ଓ ଧନୁପାଲି ପୋଲିସ ମିଳିତ ଭାବେ ସିଟି ଷ୍ଟେସନ ଅଞ୍ଚଳରେ ଚଢାଉ କରିଥିଲେ | ବିଟୁ ପୋଲିସକୁ ଦେଖି ପ୍ରଥମେ ଗୁଳିଚାଳନା କରିଥିଲା| ଏହାର ପ୍ରତିଜବାବରେ ପୋଲିସ ମଧ୍ୟ ଗୁଳିଚାଳନା କରିଥିଲା| ଏହି ଏନକାଉଣ୍ଟରରେ ବିଟୁର ଗୋଡ଼ରେ ଗୁଳିବାଜି ଆହତ ହୋଇଛି | ତାକୁ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ଏହି ଏନକାଉଣ୍ଟରରେ ଜଣେ ଏସଆଇ ମଧ୍ୟ ଆହତ ହୋଇଥିବାବେଳେ ବିଟୁର ଜଣେ ସହଯୋଗୀ ଫେରାର ହୋଇଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି | ପୋଲିସ ବିଟୁ ନିକଟରୁ ପିସ୍ତଲ, ଗୁଳି ଓ ନଗଦ ୪୦ ହଜାର ଟଙ୍କା ଜବତ କରିଛି |

error: Thank You Keep Visiting