ସେକ୍ସ ରାକେଟ୍ ଠାବ, ରାଣୀ ମହୁମାଛି ସମେତ ୨ ଗିରଫ

Straight to the Point

ରାଉରକେଲା: ସ୍ଥାନୀୟ ସେକ୍ଟର ୧୭ ଅଞ୍ଚଳରୁ ପୋଲିସ ଏକ କ୍ୱାଟର୍ସରେ ଚଢଉ କରି ଏକ ସେକ୍ସ ରାକେଟ୍ ଠାବ କରି ୨ ଯୁବତୀଙ୍କୁ ଉଦ୍ଧାର କରିଛି । ମିଳିଥିବା ସୂଚନା ଅନୁଯାୟୀ କିଛିଦିନ ହେବ ସେକ୍ଟର ୧୭ ଅଞ୍ଚଳରେ ଥିବା ଏକ କ୍ୱାର୍ଟର୍ସରେ ସେକ୍ସ ରାକେଟ୍ ·ଲୁଥିଲା । ସ୍ଥାନୀୟ ଲୋକେ ଏନେଇ ସନ୍ଦେହ କରି ପୋଲିସରେ ଖବର ଦେଇଥିଲେ । ପୋଲିସ ସୂଚନା ପାଇ ଏହି କ୍ୱାର୍ଟର୍ସରେ ଚଢାଉ କରିଥିଲା । ଚଢାଉ ସମୟରେ ୨ ଯୁବକ ଓ ଯୁବତୀ ଅସଂଯତ ଅବସ୍ଥାରେ ରହିଥିଲେ ୟ ପୋଲିସ ସେମାନଙ୍କୁ ଗିରଫ କରିଛି । ଏହାସହ ୨ଜଣ ଯୁବତୀଙ୍କୁ ଉଦ୍ଧାର ମଧ୍ୟ କରିଛି । ଉଦ୍ଧାର ଯୁବତୀଙ୍କୁ ସର୍ଟ ଷ୍ଟେ ହୋମକୁ ପଠାଯିବା ସହ ଯୁବକଙ୍କୁ ପ·ରାଉଚରା ଜାରି ରହିଛି । ପୋଲିସ ନିଜଆଡୁ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

error: Thank You Keep Visiting