ବିଭିନ୍ନ ସ୍ଥନାରେ ମହାସମାରୋହରେ ଗଣେଶ ପୂଜା ପାଳିତ

Straight to the Point

ଭୁବନେଶ୍ୱର: ପାର୍ବଣ ଋତୁର ଆଗମନ ହୋଇଛି । ସୋମବାର ସାରା ଦେଶ ଉତ୍ସବ ମୁଖର ହୋଇଉଠିଛି । ଶିକ୍ଷାନୁଷ୍ଠାନ, ବ୍ୟବସାୟୀ ସଂଗଠନ, ଯୁବକ ସଂଗଠନ ଓ ବଜାରରେ ବିଭିନ୍ନ ସ୍ଥାନରରେ ମହାସମାରୋହରେ ଗଣେଶ ପୂଜା ପାଳନ କରାଯାଉଛି । ପୂର୍ବ ବର୍ଷ ଭଳି ଏଥର ମଧ୍ୟ ବିଭିନ୍ନ ସ୍ଥାନରେ ପ୍ରତିଯୋଗିତା ମୂଳକ ଭାବେ ଗଣେଶ ପୂଜା ହେଉଛି । କେଉଁଠି ମୂର୍ତ୍ତି ର୍ନିମାଣକୁ ନେଇ ତ କେଉଁଠି ସାଜସଜ୍ଜା ପାଇଁ ପ୍ରତିଦ୍ୱନ୍ଦିତା ହେଉଛି । ସହର ସମେତ ସମସ୍ତ ଗାଁ ଗଳିରେ ଗଣେଷଙ୍କ ପୂଜା ପାଳନ କରାଯାଉଛି । ଗଣେଶ ପୂଜା ଉପଲକ୍ଷେ ଦେଶବାଶୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

error: Thank You Keep Visiting