ପୋଲିସ ବାବୁଙ୍କ ସାଧା ପୋଷାକରେ ଆଖଣ୍ଡଳମଣି ମନ୍ଦିରରେ ସେବାୟତଙ୍କୁ ମାଡ଼

Straight to the Point

ଆରଡ଼ି (ଓଡିଶା ଜର୍ଣ୍ଣାଲ) ଭଦ୍ରକ ଜିଲ୍ଲା ର ପ୍ରମୁଖ ଶୈବପୀଠ ଆଖଣ୍ଡଳମଣି ମନ୍ଦିରରେ ଦେଖିବାକୁ  ମିଳିଥିଲା । ପୋଲିସ ବାବୁଙ୍କ ଗୁଣ୍ଡାରଜ ଥାହା ପୁଣି ଖୋଦ ଆରଡ଼ି ଫାଣ୍ଡି ଅଧିକାରୀ ଙ୍କ ଆଗରେ ।ଆଜି ଦିନ ୧୧ ଟା ବେଳେ ଆରଡ଼ି ମନ୍ଦିରରେ ସେବାୟତ ସଞ୍ଜୟ ପଣ୍ଡା ପୂଜା କରି ମନ୍ଦିରର ପ୍ରାଙ୍ଗଣରେ ଥିବା ବେଳେ ହଟାତ ଏହି ସମୟରେ
ଆରଡ଼ି ଫାଣ୍ଡି ରେ କାର୍ଯ୍ୟରତ କନଷ୍ଟେବଳ ମୋହନ  ପୁହାଣ ମନ୍ଦିର ଭିତରେ ପଶି ସେବାୟତ ଙ୍କୁ ବିନା ଡ୍ରେସ ରେ ମାଡ଼ ମାରି ଖରାପ ଭାଷାରେ ଗାଳି ଗୁଲଜ କରିବା ଦ୍ୱାରା ସେବାୟତ ମାନେ ଏହାକୁ କୋଠର ନିନ୍ଦା କରିଥିଲେ । ଏବଂ ତୁରନ୍ତ ଏହି କନେଷ୍ଟବଳ ଙ୍କୁ ବଦଳି କରିବା ଲାଗି ଧୂସୁରୀ ଥାନା ଆଇଆଇସି କୁ ଅଭିଯୋଗ କରିଥିଲେ। ଖୁବ ଶୀଘ୍ର ଏହାର ତଦନ୍ତ ହେବ ବୋଲି ଥାନା ଅଧିକାରୀ ପ୍ରକାଶ କରିଥିଲେ।

error: Thank You Keep Visiting