ଏନକାଉଣ୍ଟରରେ ଦୁଇ କୁଖ୍ୟାତ ଅପରାଧୀ ଆହତ

Straight to the Point

ଖୋର୍ଧା: ଖୋର୍ଧା ଟାଉନ ପୋଲିସର ଏନକାଉଣ୍ଟରରେ କୁଖ୍ୟାତ ପରାଧୀ ଜାମସେଦ ଓ ଭୁବନେଶ୍ୱର ସ୍ଥିତ କଳିଙ୍ଗନଗର ଅଞ୍ଚଳରେ କମିଶନରେଟ୍ ପୋଲିସର ଏନକାଣ୍ଟରରେ କୁଖ୍ୟାତ ଅପରାଧୀ ସୁଶାନ୍ତ ମାଝୀର ଗୋଡରେ ଗୁଳି ବାଜିଛି ।

ମିଳିଥିବା ସୂଚନା ଅନୁଯାୟୀ, ଖୋର୍ଧା ପୋଲିସକୁ ଅପରାଧୀ ଜାମସେଦ ବିଷୟରେ ପୂର୍ବରୁ ସୂଚନା ମିଳିଥିଲା । ପୋଲିସ ଖବର ପାଇଁ ଚଢ଼ଉ କରିବାବେଳେ ଜାବସେଦ ପୋଲିସ ଉପରକୁ ବୋମା ମାଡ କରିଥିଲା । ଏଥିରେ ୪ଜଣ ପୋଲିସ ଅ ।ହତ ହୋଇଥିଲା । ପରେ ପୋଲିସର ପାଲଟା ଆକ୍ରମଣରେ ଜାମସେଦ ଗୋଡରେ ଗୁଳି ବାଜିଥିଲା । ତେବେ ତାକୁ ଗୁରୁତର ଅବସ୍ଥାରେ ଖୋର୍ଧା ମେଡିକାଲରେ ଭର୍ତ୍ତି କରାଯାଇଛି । ଏହାସହ ପୋଲିସ ତାହାର ବନ୍ଧୁକ ମଧ୍ୟ ଜବତ କରିଛି । ଅନ୍ୟପକ୍ଷରେ ଭୁବନେଶ୍ୱର କମିଶନରେଟ୍ ପୋଲିସ କଳିଙ୍ଗନଗର ଅଞ୍ଚଳରେ ଏନକାଉଂଟର କରିଛି । ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ମାଝୀ ଓରଫ ବେଲିଆ ଆହତ ହୋଇଛି ।

error: Thank You Keep Visiting