ଭଦ୍ରକ ପୁରୁଣାବଜାରରେ ପୁଲିସ-ଜନତା ମୁହାଁମୁହିଁ

Straight to the Point

ବଦଳିଲେ ଆଇଆଇସି, ଆଇଜିଙ୍କ ହସ୍ତକ୍ଷେପ ପରେ ସ୍ଥିତି ସ୍ବାଭାବିକ

ଭଦ୍ରକ(ଓଡ଼ିଶା ଜର୍ଣ୍ଣାଲ): ପୁରୁଣାବଜାର ତିନିଛକି ନିକଟରେ ରାସ୍ତାରେ ଏକ ସ୍କୁଟି ପାର୍କିଂ କରିବା ଘଟଣାରେ ଆଜି 9ଟା ବେଳେ ପୁଲିସ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବଚସା କ୍ରମଶଃ ଉଗ୍ରରୂପ ନେିଥିଲା| ତେବେ ଭଦ୍ରକ ଗସ୍ତରେ ଥିବା ଆଇଜି ଦୀପ୍ତେଶ ପଟନାୟକ ଘଟଣାସ୍ଥଳରେ ପହଂଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଥାନାଧିକାରିଣୀ ଇନିସପେକ୍ଟର ପ୍ରଜ୍ଞା ମହାନ୍ତିଙ୍କୁ ହେଡକ୍ୱାର୍ଟରକୁ ବଦଳି କରିଛନ୍ତି ପୁରୁଣାଜାର ତିନିଛକିରେ ରାତିରେ 9ଟାରେ ଏଭଳି ଅଘଟଣ ଘଟିଛି ଆଇଆଇସି ଶ୍ରୀମତୀ ମହାନ୍ତି ପେଟ୍ରୋଲିଂ କରୁଥିବା ବେଳେ ଏକ ଲୁଗାଦୋକାନ ଆଗରେ ଥିବା ସ୍କୁଟିର ଚାବିକୁ କାଢିନେବା ସହିତ ଲୁଗାଦୋକାନ ଆଗରେ ଥିବା ଡ୍ରେସକୁ ଫୋପାଡି ଥିବା ଅଭିଯୋଗ ହୋଇଛି ତେବେ ଆଇଆଇସିଙ୍କ ଏହି ପଦକ୍ଷେପକୁ ବିରୋଧ କରି ସ୍ଥାନୀୟ ଲୋକେ ତାଙ୍କ ସହ ବଚସା କରିବା ପରିସ୍ଥିତିକୁ ଉତେଜନାପୂର୍ଣ୍ଣ କରିଥିଲା ପରେ ପୁଲିସ-ପବ୍ଲିକ ମୁହାଁମୁହିଁ ହୋିଥିଲେ ପୁଲିସକୁ ମୃଦୁ ଲାଠି ଚାଳନା କରିବାକୁ ପଡିଥିଲା ତେବେ ସ୍ଥିତି କ୍ରମଶଃ ଅଣାୟତ ହେଉଥିବା ବେଳେ ବୁଢାଗଣେଶ କମିଟିର ବନ୍ଧୁମିଳନ ଉତ୍ସବରେ ଯୋଗ ଦେବାକୁ ଆସିଥିବା ଆଇଜି ଦୀପ୍ତେଶ ପଟନାୟକ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରିଥିଲେ ଆଇଆଇସି ଶ୍ରୀମତି ମହାନ୍ତିଙ୍କୁ ହେଡକ୍ୱାର୍ଟରକୁ ବଦଳି କରିବା ସହ ଘଟଣାର ପୂର୍ଣ୍ଣାଙ୍ଗ ତଦନ୍ତ ହେବ ବୋଲି ଘୋଷଣା କରିଥିଲେ ପରେ ସ୍ଥିତି ଶାନ୍ତ ହୋଇଥିଲା |

error: Thank You Keep Visiting