ନାସାକୁ ମିଳିଲା ବିକ୍ରମର ଭଗ୍ନାବଶେଷ

An Independent Media

ୱାଶିଂଟନ: ନାସାକୁ ମିଳିଲା ବିକ୍ରମର ଭଗ୍ନାବଶେଷ। ଚନ୍ଦ୍ର ପୃଷ୍ଟରେ କ୍ରାସ୍ ସାଇଟର ୭୫୦ ମିଟର ଦୂରରେ ପଡିଛି ଚନ୍ଦ୍ରଯାନ-୨ର ବିକ୍ରମ ଲ୍ୟାଣ୍ଡାରର ଭଗ୍ନାବଶେଷ। ଅବତରଣ ବେଳେ ଧକ୍କା ହୋଇଥିବା ସ୍ଥାନ ମଧ୍ୟ ଚିହ୍ନଟ କରିଛି ନାସା। ଏନେଇ ଏକ ଟ୍ବିଟ୍ ରେ ଫଟୋ ଜାରୀ କରି ସୂଚନା ଦେଇଛି ନାସା। ଏଠାରେ ସୂଚନାଯୋଗ୍ୟ ଭାରତର ଐତିହାସିକ ମିଶନ ଚନ୍ଦ୍ରଯାନ-୨ସଫଳ ହୋଇପାରି ନଥିଲା ।କାରଣ ଚନ୍ଦ୍ରଯାନ-୨ ର ବିକ୍ରମ ଲ୍ୟାଣ୍ଡର କୁ ସଫଳ ଲ୍ୟାଣ୍ଡ କରିବାକୁ ଚାହିଁଥିବା ଇସ୍ରୋ ତାର ମିଶନରେ ବିଫଳ ହୋଇଥିଲା। ସେପ୍ଟେମ୍ବର ୭ ବିଳମ୍ବିତ ରାତିରେ ଚନ୍ଦ୍ରଯାନ ୨ର ଲ୍ୟାଣ୍ଡରକୁ ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣ କରାଇବାକୁ ଇସ୍ରୋ ବୈଜ୍ଞାନିକମାନେ ଉଦ୍ୟମ କରିଥିଲେ। ତେବେ ଚନ୍ଦ୍ର ପୃଷ୍ଠରୁ ୨.୧ କିମି ଉଚ୍ଚରେ ଥିବା ସମୟରେ ଲ୍ୟାଣ୍ଡର ବିକ୍ରମ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଥିଲା।

error: Thank You Keep Visiting