ଅଗ୍ନିକାଣ୍ଡରେ ୭ ବଖରା ପୋଡି ପାଉଁଶ

An Independent Media

ପଟ୍ଟାମୁଣ୍ଡାଇ : ଗତ ମଙ୍ଗଳବାର ବିଳମ୍ଵିତ ରାତ୍ରୀରେ ରାଜନଗର ଘଡିଆମାଳ ଗାଁରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୭ ବଖରା ପୋଡି ପାଉଁଶ ହୋଇଛି। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ପଟ୍ଟାମୁଣ୍ଡାଇ ରାଜନଗର ଘଡିଆମାଳ ଗାଁରେ ବିଳମ୍ଵିତ ରାତ୍ରୀରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଗାଁର ୭ ବଖରା ଘର ପୋଡି ପାଉଁଶ ହୋଇଯାଇଛି। ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଁଚି ସାଧାରଣ ଲୋକଙ୍କ ସହାୟତାରେ ନିଆଁକୁ ଆୟତ୍ତ କରିଛି। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।

error: Thank You Keep Visiting