ମହାପ୍ରଭୁଙ୍କ ବନକଲାଗି ନୀତି ପାଇଁ ସାଧାରଣ ଦର୍ଶନ ୪ ଘଣ୍ଟା ବନ୍ଦ ରହିବ

An Independent Media

ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ପାଇଁ ସାଧାରଣ ଦର୍ଶନ ୪ ଘଣ୍ଟା ବନ୍ଦ ରହିବ। ଅପରାହ୍ନ ୪ଟାରୁ ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ହେବ। ଦ୍ଵିପ୍ରହର ଧୂପ ପରେ ବନକଲାଗି ନୀତି ଆରମ୍ଭ ହେଉଥିବାରୁ ଦର୍ଶନ ବନ୍ଦ ରହିବ। ଦର୍ଶନ ବନ୍ଦ ରହିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ମହାପ୍ରଭୁଙ୍କ ଶ୍ରୀମୁଖରେ ବନକଲାଗି ଏକ ବିଶେଷ ନୀତି। ସପ୍ତାହର ବୁଧବାର ବା ଗୁରୁବାର ଦିନ ଦ୍ଵିପ୍ରହର ଧୂପ ପରେ ବିଗ୍ରହମାନଙ୍କୁ ବନକଲାଗି କରାଯାଏ। ହିଙ୍ଗୁଳ, ହରିତାଳ, ଶଙ୍ଖ, କେଶର, କର୍ପୂର, କଇଁଥ ଅଠା, କସ୍ତୂରୀ, କଜ୍ଜଳ, ଓ ତେଲରେ ଏହି ବନକ ପ୍ରସ୍ତୁତ କରାଯାଏ। ଦତ୍ତ ମହାପାତ୍ର ଏହି ନୀତିକୁ ସମ୍ପାଦନ କରିଥାନ୍ତି। ଏହାକୁ ଶ୍ରୀମୁଖସଂହାର ବୋଲି ମଧ୍ୟ କୁହାଯାଏ। ତେବେ ଆଜି ମହାପ୍ରଭୁଙ୍କ ବନକଲାଗି ହେବ। ଏଥିପାଇଁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନରେ ୪ ଘଣ୍ଟା ବନ୍ଦ ରହିଵ। ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ। ଦର୍ଶନ ବନ୍ଦ ରହିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

error: Thank You Keep Visiting