ଶ୍ରୀମନ୍ଦିରର ୭୫ ମିଟର ଚୌହଦୀ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

An Independent Media

ପୁରୀ : ପୁରୀ ଶ୍ରୀମନ୍ଦିରର ୭୫ ମିଟର ଚୌହଦୀ ଉଚ୍ଛେଦ ପ୍ରକ୍ରିୟା ପୁଣି ଆରମ୍ଭ ହୋଇଛି। ଉଚ୍ଛେଦ କାର୍ଯ୍ୟ ଅଗ୍ରଗତି ପାଇଁ ପ୍ରଶାସନିକ ସ୍ତରରେ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି। ତେବେ ଉଚ୍ଛେଦ ପରିସର ମଧ୍ୟରେ ପୁରୀ ପୌରସଂସ୍ଥା ଚିକିତ୍ସାଳୟ ଆସୁଥିବାରୁ ଏହାକୁ ଉଚ୍ଛେଦ କରିବା ପାଇଁ ପ୍ରସ୍ତୁତି କରାଯାଉଛି। ପୁରୀକୁ ବିଶ୍ଵ ଦରବାରରେ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ କରିବା ପାଇଁ ଶ୍ରୀମନ୍ଦିର ଚତୁଃପାର୍ଶ୍ଵକୁ ସରକାର ସୌନ୍ଦର୍ଯ୍ୟକରଣ କରାଉଛନ୍ତି। ଏଥିପାଇଁ ଶ୍ରୀମନ୍ଦିରର ୭୫ ମିଟର ଚୌହଦୀରୁ ଉଚ୍ଛେଦ ପ୍ରକ୍ରିୟା କରାଯାଉଛି। ଏହି ଉଚ୍ଛେଦ ପ୍ରକ୍ରିୟା ଭିତରେ ବହୁ ମଠ, ମନ୍ଦିର ଓ ଦୋକାନ ବଜାର ମାଟିରେ ମିଶିଲେଣି। ତେବେ ପୁରୀ ପୌରସଂସ୍ଥା ଚିକିତ୍ସାଳୟ ଏହି ଉଚ୍ଛେଦ ପରିସରଭୁକ୍ତ ଥିବାରୁ ଏହାକୁ ଉଚ୍ଛେଦ କରିବା ପାଇଁ ଆଜି ପ୍ରସ୍ତୁତି କରାଯାଉଛି। ଆଜି ସକାଳୁ ସକାଳୁ ଚିକିତ୍ସାଳୟର ସମସ୍ତ ଜିନିଷପତ୍ର ବନ୍ଧାବନ୍ଧି ଚାଲିଛି। ସେହିପରି ଏହା ପୂର୍ବରୁ ପଞ୍ଜାବୀ ମଠକୁ ଜିଲ୍ଲା ପ୍ରଶାସନ ସିଲ୍ କରି ସାରିଛି। ଏନେଇ ପ୍ରଶାସନିକ ସ୍ତରରେ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି।

error: Thank You Keep Visiting