ଦୁର୍ଘଟଣାରେ ଜଣେ ସହିଦ ୩ ଯବାନ ନିଖୋଜ

An Independent Media

ବାନ୍ଦୀପୋରା : ଉତ୍ତରୀ କାଶ୍ମୀର ଏଲଓସିରେ ଭାରି ବରଫପାତ ଓ ହିମସ୍ଖଳନ କାରଣରୁ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ଯବାନ ସହିଦ ହୋଇଥିବା ବେଳେ ଏବେ ସୁଦ୍ଧା ୩ ଯବାନ ନିଖୋଜ ଅଛନ୍ତି। ଏତଦ୍ ବ୍ୟତୀତ ଅନ୍ୟ ୪ ଜଣଙ୍କୁ ଉଦ୍ଧାର କରାଯାଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ନିଖୋଜ ଥିବା ଯବାନଙ୍କୁ ଖୋଜିବା ପାଇଁ ସେନା ପକ୍ଷରୁ ସର୍ଚ୍ଚ ଅପରେଶନ କରାଯାଉଛି। ସୈନ୍ୟ ସୂତ୍ର ମୁତାବକ, ଉତ୍ତରୀ କାଶ୍ମୀର ଏଲଓସିରେ ଇଗଲ ପୋଷ୍ଟରେ ହିମସ୍ଖଳନ ହେବା ପରେ ସେନାର ୮ ଜଣ ଯବାନ ବରଫ ତଳେ ଦବି ଯାଇଥିଲେ। ସୂଚନା ମିଳିବା ପରେ ନିକଟରେ ଥିବା ସେନା ପୋଷ୍ଟରୁ ଉଦ୍ଧାର କାର୍ଯ୍ୟ କରାଯାଇଥିଲା। ସେମାନଙ୍କ ଉଦ୍ଧାର କାର୍ଯ୍ୟରେ ହେଲିକାପ୍ଟର ମଧ୍ୟ ନିୟୋଜିତ କରାଯାଇଛି। ତେବେ ୪ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେ ସୁଦ୍ଧା ୩ ଜଣ ନିଖୋଜ ଅଛନ୍ତି। ଏତଦ୍ ବ୍ୟତୀତ ସେମାନଙ୍କ ମଧ୍ୟରୁ ଜଣେ ପ୍ରାଣ ହରାଇଛନ୍ତି।

error: Thank You Keep Visiting