୧୦ ଦିନ ଭିତରେ ରାଜ୍ୟପାଳ ରାଜଭବନ ନଛାଡ଼ନ୍ତି ତେବେ ରାଜଭବନକୁ ଉଡ଼ାଇ ଦିଆଯିବ: ଟିଏସପିସି

An Independent Media

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌ ସ୍ଥିତ ରାଜଭବନକୁ ଡାଇନାମାଇଟରେ ଉଡ଼ାଇ ଦେବାକୁ ମିଳିଛି ଧମକଭରା ପତ୍ର। ଯଦି ୧୦ ଦିନ ଭିତରେ ରାଜ୍ୟପାଳ ରାଜଭବନ ନଛାଡ଼ନ୍ତି ତେବେ ରାଜଭବନକୁ ଉଡ଼ାଇ ଦିଆଯିବ ବୋଲି ଧମକ ଦେଇଛି ଉଗ୍ରବାଦୀ ସଂଗଠନ ଟିଏସପିସି। ଏହାକୁ ଗମ୍ଭୀରତାର ସହ ନେଇ ରାଜ୍ୟପାଳଙ୍କ ଉପର ସଚିବ ହେମନ୍ତ ରାଓ ଗୃହ ବିଭାଗକୁ ପତ୍ର ଲେଖିଛନ୍ତି। ଧମକ ମିଳିବା ପରେ ପୋଲିସ ସତର୍କ ରହିଛି। ଏହି ଚିଠି ଝାରଖଣ୍ଡର ଉଗ୍ରବାଦୀ ସଂଗଠନ ଟିଏସପିସି ପକ୍ଷରୁ ପଠାଯାଇଛି। ସୂଚନା ମୁତାବକ ୟୁପିର ରାଜ୍ୟପାଳ ଆନନ୍ଦିବେନ ପଟେଲଙ୍କ ଉଦ୍ଦେଶ୍ୟରେ ଝାରଖଣ୍ଡର ନକ୍ସଲ ସଂଗଠନ ଟିଏସପିସି ପକ୍ଷରୁ ଧମକଭରା ଚିଠି ପଠାଇଛନ୍ତି। ଚିଠିରେ ଲେଖା ହୋଇଛି ଯେ, ଆପଣ ଯଦି ୧୦ ଦିନ ଭିତରେ ରାଜଭବନ ଛାଡ଼ି ନଯାଆନ୍ତି ତେବେ ଡିନାମାଇଟ୍ ଲଗାଇ ରାଜଭବନକୁ ଉଡ଼ାଇ ଦେବୁ। ଗୃହ ବିଭାଗ ଡିଜିପି ଡିଜି ଇଣ୍ଟେଲିଜେନ୍ସ ଓ ଏଡିଜି ସିକ୍ୟୁରିଟିଙ୍କୁ ମାମଲାରେ ତୁରନ୍ତ ଯାଞ୍ଚ କରିବାକୁ ଆଦେଶ ଦେଇଛନ୍ତି। ଗୃହ ବିଭାଗ ଯାଞ୍ଚ ପରେ ବୁଧବାର ଭିତରେ ପୂରା ମାମଲାରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛି। ଗୃହ ବିଭାଗ ଆବଶ୍ୟକ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛି।

error: Thank You Keep Visiting