ମିଳିଲା ଜାମିନ୍, ଜେଲରୁ ବାହାରିବେ ପି. ଚିଦାମ୍ବରମ

An Independent Media

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲରେ ତିହାଡ ଜେଲରେ ଥିବା ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ଵରମଙ୍କୁ ଆଜି ସୁପ୍ରିମକୋର୍ଟରୁ ଜାମିନ ମିଳିଛି। ଆର୍ଥିକ ଅପରାଧ ଅତ୍ୟନ୍ତ ଗମ୍ଭୀର ହୋଇଥାଏ ତେଣୁ ଜାମିନ ଦେବା ନିଷ୍ପତ୍ତି କେସର ମେରିଟ୍ ଉପରେ ନିର୍ଭର କରେ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ତେବେ ଏହା ପୂରବରୁ କୋର୍ଟ ବାହାରେ ପି. ଚିଦାମ୍ଵରମଙ୍କ ପୁଅ କାର୍ତ୍ତି ଚିଦାମ୍ବର ତାଙ୍କ ପିତାଙ୍କୁ ଆଜି ଜାମିନ ମିଳିବ ବୋଲି ଗଣମାଧ୍ୟମ ନିକଟରେ ଆଶା ପ୍ରକଟ କରିଥିଲେ। ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଶୁଣାଣି କରିବା ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ଆର୍ଥି ଅପରାଧ ଏକ ଗମ୍ଭୀର ଅପରାଧ। କିନ୍ତୁ ଏଭଳି ମାମଲାରେ ଜାମିନ ଦେବା ପାଇଁ ଆଇନରେ ବ୍ୟବସ୍ଥା ଅଛି। ଜାମିନ ଦେବା ନିଷ୍ପତ୍ତି କେସର ମେରିଟ୍ ଉପରେ ନିର୍ଭର କରେ। ତେବେ କୋର୍ଟ ଚିଦାମ୍ବରମଙ୍କୁ ୨ ଲକ୍ଷ ଟଙ୍କାର ପର୍ସନାଲ ବଣ୍ଡ୍ ଓ ବିନା ଅନୁମତିରେ ଦେଶ ନଛାଡିବା ସର୍ତ୍ତରେ ଜାମିନ ଦେଇଛନ୍ତି। ଏହି ମାମଲାରେ ସୁପ୍ରିମକୋର୍ଟ ଜାମିନ ଦେବା ପୂର୍ବରୁ ପି. ଚିଦାମ୍ବରମଙ୍କ ଓକିଲ କପିଲ ସିବ୍ବଲ କହିଥିଲେ ଯେ, ଆଜିର ଦିନ ଆମ ପାଇଁ ଭଲ ରହିବ। କିଛି ଖୁସୀ ଖବର ଶୁଣିବାକୁ ମିଳିପାରେ। ତେବେ ଜଷ୍ଟିସ୍ ଆର ଭାନୁମତିଙ୍କ ବେଞ୍ଚ ନଭେମ୍ଵର ୨୮ରେ ଜାମିନ ଯାଚିକାରେ ଶୁଣାଣି କରିବା ପରେ ରାୟ ସଂରକ୍ଷିତ ରଖିଥିଲେ। ଅଗଷ୍ଟ ମାସରେ ପି. ଚିଦାମ୍ଵରଙ୍କୁ ଗିରଫ କରାଯାଇଥିଲା। ଏହାପରେ ତାଙ୍କୁ ତିହାଡ ଜେଲ ପଠାଯାଇଥିଲା। ଗତ ୧୦୭ ଦିନ ହେବ ଚିଦାମ୍ଵରମ ଜେଲରେ ଥିଲେ।

error: Thank You Keep Visiting