୨୪ଘଣ୍ଟା ମଧ୍ୟରେ ୧୧୦ ରୁ ୧୨୦ ଛୁଇଁଲା ପିଆଜ ଦର

An Independent Media

କଟକ : ପିଆଜ ଦର ଦିନକୁ ଦିନ ଆକାଶ ଛୁଆଁ ହେବାରେ ଲାଗିଛି । ରୋଷେଇ ଘରେ ଅତି ଆବଶ୍ୟକୀୟ ଜିନିଷ ମଧ୍ୟରେ ପିଆଜ ରହିଛି । ବର୍ତ୍ତମାନ ପିଆଜ କାଟିଲେ ନୁହେଁ କିଣିଲା ବେଳେ ଆଖିରୁ ଲୁହ ବୋହୁଛି । ଏହାରି ମଧ୍ୟରେ ଆଜି କଟକ ଛତ୍ରବଜାରରେ ୧୨୦ଟଙ୍କା ପିଆଜ ଦର ପହଞ୍ଚିଛି । ଗତକାଲି ୧୧୦ ଥିବା ବେଳେ ୨୪ଘଣ୍ଟା ମଧ୍ୟରେ ଆଉ ୧୦ଟଙ୍କା ବୃଦ୍ଧି ପାଇ ୧୨୦ଟଙ୍କାରେ ବିକ୍ରି ହେଉଛି । କଟକ ପରି ଭୁବନେଶ୍ୱର, ବାଲେଶ୍ୱର, ଯାଜପୁର ଓ ପିପିଲିରେ ମଧ୍ୟ ପିଆଜ ଦର ୧୨୦ଟଙ୍କା ରହିଥିବା ସୂଚନା ମିଳିଛି ।

error: Thank You Keep Visiting