ଗୋପାଳପୁରରୁ ଦୀଘା, କୋଷ୍ଟାଲ ହାଇଓ୍ବେ ପ୍ରକଳ୍ପକୁ ଗ୍ରୀନ ସିଗ୍‌ନାଲ

An Independent Media

ଭୁବନେଶ୍ୱର – ଓଡିଶାରେ ଆଗକୁ ବଢିଲା ଭାରତ ମାଳା ପରିଯୋଜନା । ଗୋପାଳପୁରରୁ ଦୀଘା କୋଷ୍ଟାଲ ହାଇଓ୍ବେ ପ୍ରକଳ୍ପକୁ ଗ୍ରୀନ ସିଗିନାଲ ଦେଲେ ରାଜ୍ୟ ସରକାର । ଫଳରେ ବହୁ ପ୍ରତୀକ୍ଷିତ କୋଷ୍ଟାଲ ହାଇଓ୍ବେ ପ୍ରକଳ୍ପକୁ ନେଇ କେନ୍ଦ୍ର ଓ ରାଜ୍ୟସରକାରଙ୍କ ଭିତରେ ଚାଲିଥିବା ଟଣା ଓଟରାରେ ପୂର୍ଣ୍ଣଛେଦ ପଡିଛି । ବିରୋଧୀ କହୁଛନ୍ତି ସରକାରଙ୍କ ହସ୍ତକ୍ଷେପ ଯୋଗୁଁ କାମ ଆଗକୁ ବଢିପାରି ନଥିଲା । ଏବେ ସରକାର ଯେଉଁ ନିଷ୍ପତ୍ତି ନେଲେ ଆଗରୁ ନେଇଥିଲେ କାମ ଆଗେଇ ସାରନ୍ତାଣି ।କୋଷ୍ଟାଲ ହାଇଓ୍ବେ ପ୍ରକଳ୍ପ ମତ ପାର୍ଥକ୍ୟ ହଟିଲା । ଓଡିଶାରେ ଭାରତମାଳା ପ୍ରକଳ୍ପରେ ଦୀଘା ଠାରୁ ଗୋପାଳପୁର ଯାଏଁ ନୂଆ ଜାତୀୟ ରାଜପଥ ନିର୍ମାଣକୁ ରାଜ୍ୟ ସରକାର ଗ୍ରୀନ ସିଗ୍‌ନାଲ ଦେଲେ । ଏହା ମଧ୍ୟରେ ସାତପଡାରୁ ଦୀଘା ଯାଏଁ ରାସ୍ତା ନିର୍ମାଣକୁ ନେଇ ଯେଉଁ ମତପାର୍ଥକ୍ୟ ଥିଲା ତାହା ଏବେ ହଟିଛି ।ଏଥିପାଇଁ ବିଭିନ୍ନ ବିଭାଗର ଆବଶ୍ୟକୀୟ ଅନୁମତି ନେବାକୁ ଆବେଦନ ଲାଗି ଏନଏଚଆଇକୁ କହିଛନ୍ତି ରାଜ୍ୟସରକାର । ବଡ କଥା ହେଲା ଏହି ରାସ୍ତା ଏନଏଚଆଇ ତିଆରି କରିଥିବା ପ୍ଲାନ ଅନୁସାରେ କରିବାକୁ ରାଜ୍ୟ ସରକାର ରାଜି ହୋଇଛନ୍ତି । ମୋଟ ୪୫୧ କିଲୋମିଟର ରାସ୍ତା ତିଆରି ହେଉଥିବାବେଳେ ସାତପଡାରୁ ଦୀଘା ଯାଏଁ ୨୪୦.୧୨ କିମି ରାସ୍ତା ଲାଗି ଖର୍ଚ୍ଚ ହେବ ୨୧୯୬.୪୯ କୋଟି ଟଙ୍କା ।

error: Thank You Keep Visiting