ନୂଆଦିଲ୍ଲୀ; ଧାନ ମଣ୍ଡିରେ ନିଆଁ ଲାଗି ୪୩ରୁ ଉର୍ଦ୍ଧ୍ୱ ମୃତ୍ୟୁ

An Independent Media

ଦିଲ୍ଲୀ : ନୂଆଦିଲ୍ଲୀ ରାଣୀ ଝାନସୀ ରୋଡ଼ରେ ହୋଇଥିବା ଅଗ୍ନିକାଣ୍ଡରେ ରବିବାର ମୃତ୍ୟୁ ସଂଖ୍ୟା ୪୩କୁ ବୃଦ୍ଧି ହୋଇଛି। ପ୍ରଥମେ ଏଥିରେ ୩୫ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଜଣାପଡ଼ିଥିଲା। ୧୪ ରୁ ଅଧିକ ଆହତଙ୍କୁ ମେଡ଼ିକାଲରେ ଭର୍ତ୍ତି କରିବା ସହ ୫୦ ଜଣରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି।ମୃତାହତଙ୍କ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି। ଧାନ ମଣ୍ଡିରେ ନିଆଁ ଲାଗିବାରୁ ଏହି ଅଗ୍ନିକାଣ୍ଡ ହୋଇଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ସଟ ସର୍କିଟ କାରଣରୁ ନିଆଁ ଲାଗିଥିବା ନେଇ ଅନୁମାନ କରାଯାଉଛି। ନିଆଁ ଲିଭାଇବା କାର୍ଯ୍ୟରେ ୨୭ଟି ଦମକଳ ଗାଡ଼ି ନିୟୋଜିତ ରହିଛନ୍ତି। ନିଆଁ ଲିଭାଇବା ଜାରି ରହିଥିବା ନେଇ ସୂଚନା ମିଳିଛି।

error: Thank You Keep Visiting