ଆଉ କିଛି ପରେ ପାଇକ ବିଦ୍ରୋହ ସ୍ମାରକର ଶିଳାନ୍ୟାସ କରିବେ ରାଷ୍ଟ୍ରପତି କୋବିନ୍ଦ

An Independent Media

ଭୁବନେଶ୍ୱର : ଖୋର୍ଦ୍ଧା ବରୁଣେଇ ଅଭିମୁଖେ ରବିବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିମାନବନ୍ଦରରୁ ବାୟୁସେନାର ହେଲିକପ୍ଟରରେ ଗସ୍ତ କରୁଛନ୍ତି। ତାଙ୍କ ସହ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଯାତ୍ରା କରିଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଆଉ କିଛି ପରେ ବରୁଣେଇ ପାହାଡ଼ ନିକଟରେ ପାଇକ ବିଦ୍ରୋହ ସ୍ମାରକର ଶିଳାନ୍ୟାସ କରିବେ। ସେଠାରୁ ବିମାନବନ୍ଦରକୁ ଫେରିବା ପରେ ସଡ଼କ ପଥରେ ଯାଇ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ ଜୁବୁଲି କାର୍ଯ୍ୟକ୍ରମରେ ଅଭିଭାଷଣ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି।

error: Thank You Keep Visiting