ବାଗଦାଦ୍‌; ଆନ୍ଦୋଳନକାରୀଙ୍କ ଉପରେ ଆକ୍ରମଣ

An Independent Media

ବାଗଦା‌ଦ୍‌ :ଗତ ରାତିରେ ବାଗଦାଦ୍‌ରେ ସରକାର ବିରୋଧରେ ଆନ୍ଦୋଳନ କରିଥିବା ଆନ୍ଦୋଳନକାରୀଙ୍କ ଉପରେ ଏକ ଗୋଷ୍ଠୀ ପକ୍ଷରୁ ସଶସ୍ତ୍ର ଆକ୍ରମଣ ହୋଇଥିଲା । ଏଥିରେ ୨୩ ଜଣଙ୍କ ଆନ୍ଦୋଳନକାରୀଙ୍କୁ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୧୩୦ ଜଣ ଆହତ ହୋଇଛି। ମୃତକଙ୍କ ମଧ୍ୟରେ ୩ ଜଣ ପୁଲିସ କର୍ମୀ ମଧ୍ୟ ଅଛନ୍ତି। ହଜାର ହଜାର ଇରାକୀ ନାଗରିକ ସେଣ୍ଟ୍ରାଲ୍‌ ସ୍କୋୟାର ଏବଂ ୩ଟି ବ୍ରିଜ୍‌କୁ ଅକ୍ତିଆର କରିବା ସହ ବର୍ତ୍ତମାନର ରାଜନୈତିକ ପଦ୍ଧତିକୁ ସମ୍ପୂର୍ଣ୍ଣ ହଟାଇଦେବା ବିକ୍ଷୋଭ କରୁଥିଲେ। ପ୍ରାୟ ସପ୍ତ‌ା‌ହେରୁ ଊର୍ଦ୍ଧ୍ବ ସମୟ ଧରି ‌ସେମାନେ ଆନ୍ଦୋଳନ କରିଆସୁଥିଲେ।ଇରାକ ରାଜଧାନୀ ବାଗଦାଦ ନିକଟରେ କିଛି ଅଜଣା ବନ୍ଧୁକଧାରୀ ଗୁଳିଚାଳନା କରିଛନ୍ତି । ବିଗତ କିଛି ଦିନ ହେବ ଦକ୍ଷିଣ ଇରାକରେ ବିଭିନ୍ନ ଦାବି ନେଇ ବିଭିନ୍ନ ସଂଗଠନ ପକ୍ଷରୁ ପ୍ରଦର୍ଶନ ଜାରି ରହିଛି ।

error: Thank You Keep Visiting