ଦୂର୍ବୁତମାନେ ତାଳଚେର ବିଧାୟକଙ୍କୁ ତାଲା ଦେଇ ଜାଳିଦେଲେ ବିଳାସପୂର୍ଣ୍ଣ ଗାଡ଼ି

An Independent Media

ଭୁବନେଶ୍ୱର: ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କୁ ତାଲା ଦେବା ସହ କ୍ୟାମ୍ବ ଅଫିସରେ ଗାଡ଼ି ଜାଳିଲେ ଦୁର୍ବତ୍ତ । ବିକ୍ରମପୁର ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ସୂଚନାନୁସାରେ, ଗତକାଲି ବିଳମ୍ବିତ ରାତିରେ ବିଧାୟକ ବ୍ରଜକିଶୋର ପ୍ରଧାନ ନିଜ ବିକ୍ରମପୁର ଥାନା ନନ୍ଦିରା ଗାଁରେ ଥିବା କ୍ୟାମ୍ବ ହାଉସରେ ଶୋଇଥିଲେ । ପ୍ରାୟ ୨ଟା ବେଳେ ଦୁର୍ବୃତ୍ତ ବିଧାୟକଙ୍କ ଘର ବାହାରୁ ତାଲା ପକାଇ ଦେଇଥିଲେ । ସେହି ସମୟରେ ହିଁ କିଛି ଦୁର୍ବୃତ୍ତ ତାଙ୍କ ଗ୍ୟାରେଜରେ ରଖାଯାଇଥିବା ଫର୍ଚୁନର ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ । ବିଧାୟକଙ୍କ କର୍ମୀ ଏହି ଖବର ଜାଣିବାକୁ ପାଇବା ପରେ ଘର ତାଲା ଖୋଲି ବିଧାୟକଙ୍କୁ ବାହାର କରିଥିଲେ । ଏନେଇ ଥାନାରେ ଅଭିଯୋଗ କରାଯାଇଛି । ଘଟଣାସ୍ଥଳରେ ବିକ୍ରମପୁର ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ପୂର୍ବରୁ ମଧ୍ୟ ସରକାରୀ କ୍ୱାଟସରେ ଅଗଷ୍ଟ ମାସରେ ନିଆଁ ଲଗାଇଦେଇଥିଲେ । ନଭେମ୍ବର ମାସରେ ମଧ୍ୟ ବିଧାୟକଙ୍କ ପୈତୃକ ବାସଭବନରେ ନିଆଁ ଲଗାଇଦେଇଥିଲେ କିଛି ଦୁର୍ବୃତ୍ତ । ତେବେ କିଏ ଓ କାହିିଁକି ଏପରି କରିଛି ତାହା ସ୍ପଷ୍ଟ ହୋଇ ନାହିଁ । କିନ୍ତୁ କୈାଣସି ବ୍ୟବସାୟିକ କିମ୍ବା ରାଜନୈତିକ ଶତ୍ରୁତା କାରଣରୁ ଏପରି କାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ବିଧାୟକ ସମ୍ପୁର୍ଣ୍ଣ ସୁରକ୍ଷିତ ରହିଛନ୍ତି ।

error: Thank You Keep Visiting