ଦୁଷ୍କର୍ମ ପରେ ମହିଳାଙ୍କ ଉପରେ ଏସିଡ ମାଡ଼

An Independent Media

ମୁଜାଫରନଗର: ମୁଜାଫରନଗର ଜିଲ୍ଲାରେ ଜଣେ ୩୦ ବର୍ଷୀୟ ମହିଳାଙ୍କ ଉପରକୁ ଏସିଡ଼ ମାଡ଼ ହୋଇଛି । ମୁଜାଫରପୁର ପୋଲିସ ଶନିବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛି । ପୋଲିସ କହିଛି ଯେ, ୪ ଜଣ ଯୁବକ ଅଦାଲତରୁ ଦୁଷ୍କର୍ମ ମାମଲା ଫେରାଇ ଆଣିବା ପାଇଁ ମହିଳାଙ୍କୁ କହିଥିଲେ କିନ୍ତୁ ଏଥିରେ ପୀଡ଼ିତା ରାଜି ନ ହେବାରୁ ଏସିଡ ମାଡ଼ କରିଥିଲେ । ପୋଲିସ କହିଛି ଯେ, ମହିଳାଙ୍କ ଶରୀର ୩୦ ପ୍ରତିଶତ ଜଳିଯାଇଛି ଏବଂ ମେରଠର ଏକ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି । ଶାହପୁର ଥାନା ଅଧିକାରୀ ଗିରିଜା ଶଙ୍କର ତ୍ରିପାଠୀ କହିଛନ୍ତି, ବୁଧବାର ରାତି ୪ ଜଣ ବ୍ୟକ୍ତି ମହିଳାଙ୍କ ଘରକୁ ବଳପୂର୍ବକ ପ୍ରବେଶ କରିଥିଲେ । ଏହା ପରେ ସେମାନେ ମହିଳାଙ୍କୁ କୋର୍ଟରୁ ମାମଲା ଫେରାଇ ଆଣିବାକୁ କହିଥିଲେ । ମାତ୍ର ମହିଳା ଜଣକ ଏଥିରେ ରାଜି ନ ହେବାରୁ ଏସିଡ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।

error: Thank You Keep Visiting