ପ୍ରେମିକା ପ୍ରତାରଣାର ଶିକାର ହେବାପରେ ଥାନାରେ ଆତ୍ମହତ୍ୟା ଉଦ୍ୟମ

An Independent Media

ସମ୍ବଲପୁର: ବିବାହ ପ୍ରତିଶ୍ରୁତି ଦେଇ ପ୍ରେମିକ ଦ୍ଵାରା ପ୍ରତାରଣାର ଶିକାର ହେବା ପରେ ପରେ ନ୍ୟାୟ ପାଇଁ ଥାନାକୁ ଦୌଡ଼ି ଦୌଡ଼ି ନୟାନ୍ତ ହେବା ପରେ ଶେଷରେ ନିଶା ବଟିକା ଖାଇଲେ ପ୍ରେମିକା। ଏଭଳି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନାରେ। ପୋଲିସ କଥା ନଶୁଣିବାରୁ ପ୍ରେମିକା ନିଶା ବଟିକା ଖାଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ବିବାହର ପ୍ରତିଶ୍ରୁତି ଦେଇ ଯୁବକ ଜଣ ୪ ବର୍ଷ ହେବ ପ୍ରେମିକାକୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ। ବିବାହ ହେବାକୁ ରାଜି ନହେବାରୁ ଯୁବତୀ ଜଣକ କୁଚିଣ୍ଡା ଥାନାକୁ ଅନେକ ଥର ଆସି ଅଭିଯୋଗ କରିଥିଲେ। ଥାନାରେ ଆପୋଷ ସମାଧାନ କରାଯାଇଥିଲା ଏବଂ ପ୍ରେମିକ ଜଣକ ବାହା ହେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ହେଲେ କିଛିଦିନ ପରେ ଯୁବତୀଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବା ସହ ଅନେକଥର ଗାଳି ଗୁଲଜ କରିଥିବା ନେଇ ଆଜି ଯୁବତୀ କୁଚିଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହା ସହ ଥାନା ପରିସରରେ ବ୍ୟାଗରେ ରଖିଥିବା ନିଶା ବଟିକା ଖାଇ ଦେଇଥିଲେ। ଏହା ଜାଣି କୁଚିଣ୍ଡା ପୋଲିସ ତୁରନ୍ତ ତାଙ୍କୁ କୁଚିଣ୍ଡା ଚିକିତ୍ସାଳୟରେ ଭର୍ତି କରିଥିବା ବେଳେ ଏତଲା ଗ୍ରହଣ କରିଥିବା ଜଣାପଡ଼ିଛି।

error: Thank You Keep Visiting