ମିଶନ ଚନ୍ଦ୍ରୟାନ୍-୩ ପାଇଁ କେନ୍ଦ୍ରଠାରୁ ୭୫ କୋଟି ଟଙ୍କା ସହୟତା ରାଶି ଲୋଡିଲା ଇସ୍ରୋ

Straight to the Point

ନୂଆଦିଲ୍ଲୀ: ଭାରତୀୟ ଅନ୍ତରିକ୍ଷ ଅନୁସନ୍ଧାନ ଟିମ୍ ଏବେ ଚନ୍ଦ୍ରଯାନ-୩ ପାଇଁ ପ୍ରସ୍ତୁତି କରୁଛି। ଏଥିପାଇଁ ଇସ୍ରୋ କେନ୍ଦ୍ରକୁ ୭୫ କୋଟି ଟଙ୍କା ମାଗିଛି। ଇସ୍ରୋ ତାର ତୃତୀୟ ମହତ୍ଵାକାଂକ୍ଷୀ ଚନ୍ଦ୍ର ମିଶନ ପାଇଁ ଏହି ରାଶି ମାଗିଛି। ଟାଇମ୍ସ ଅଫ ଇଣ୍ଡିଆ ରିପୋର୍ଟ ଅନୁଯାୟୀ, ଚନ୍ଦ୍ରଯାନ-୩କୁ ଇସ୍ରୋ ନଭେମ୍ଵର ୨୦୨୦ରେ ଲଂଚ୍ କରିବାକୁ ଯୋଜନା କରୁଛି। ଏହି ଅଭିଯାନ ସାହାଯ୍ୟରେ ଚନ୍ଦ୍ରଯାନ-୨ ସମୟର ପୂର୍ବ ନିର୍ଦ୍ଧାରିତ ଖୋଜ ପ୍ରକ୍ରିୟାକୁ ଜାରି ରଖାଯିବ। ଚଳିତ ଆର୍ଥିକ ବର୍ଷରେ ଇସ୍ରୋ ଏହି ଧନରାଶି ଦାବି କରିଛି। ଏଥିରେ ୬୦ କୋଟି ଟଙ୍କାର ମେସିନ୍ ଉପକରଣ ଏବଂ ଅନ୍ୟ ପୁଞ୍ଜିଗତ କାର୍ଯ୍ୟରେ ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। ଏତଦ୍ ବ୍ୟତୀତ ଅନ୍ୟ ୧୫ କୋଟି ରାଜସ୍ଵ ବ୍ୟୟ ପାଇଁ ଖର୍ଚ୍ଚ କରାଯିବ। ତେବେ ଚଳିତ ଆର୍ଥିକ ବର୍ଷରେ ଇସ୍ରୋର ସମୁଦାୟ ବଜେଟ୍ ୬୬୬ କୋଟି ରହିଛି।

error: Thank You Keep Visiting