ମହିଳା ଜଣଙ୍କୁ ଜୀଅନ୍ତା ଜାଳିବାକୁ ଉଦ୍ୟମ; ସଂମ୍ପୃକ୍ତ ଯୁବକ ଗିରଫ

An Independent Media

ମୁଜାଫରପୁର: ଉତ୍ତର ପ୍ରଦେଶର ଉନ୍ନାଓ ଭଳି ବିହାରରେ ମଧ୍ୟ ଜଣେ ଯୁବତୀଙ୍କୁ ନିଆଁ ଲଗାଇ ହତ୍ୟା କରିବା ଉଦ୍ୟମ ମାମଲା ଗଣମାଧ୍ୟମର ଖବରରୁ ଜଣାପଡ଼ିଛି । ମୁଜାଫରପୁର ଜିଲ୍ଲାରେ ଦୁଷ୍କର୍ମ କରିବାରେ ବିଫଳ ହେବା ପରେ ଜଣେ ଯୁବତୀଙ୍କୁ ଜୀଅନ୍ତା ଜାଳି ହତ୍ୟା କରିବାକୁ ଉଦ୍ୟମ ହୋଇଛି । ଏହି ଘଟଣାରେ ଯୁବତୀ ଜଣକ ୮୦ ପ୍ରତିଶତ ଜଳିଯିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ଆସିବା ବେଳକୁ ପୋଲିସ ପୀଡ଼ିତାଙ୍କ ବୟାନ ରେକର୍ଡ କରି ନାହିଁ । ପୋଲିସ କହିବା ଅନୁସାରେ ମୁଜାଫରପୁର ଜିଲ୍ଲାର ନଜୀରପୁର ଗାଁରେ ଜଣେ ବ୍ୟକ୍ତି ମହିଳାଙ୍କୁ ଜୀଅନ୍ତା ଜାଳିବାକୁ ଉଦ୍ୟମ କରିଥିଲା । ଏହି ଘଟଣା ପରେ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ କହିଛି ଯେ, ପୀଡ଼ିତାଙ୍କ ମାଁଙ୍କ ବୟାନ ଆଧାରରେ ଘଟଣା ସହିତ ସଂପୃକ୍ତ ଯୁବକକୁ ଗିରଫ କରାଯାଇଛି । ପୋଲିସ ଟିମ ଅଭିଯୁକ୍ତକୁ ପଚରାଉଚରା କରୁଛି । ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇ ନାହିଁ ।

error: Thank You Keep Visiting