୭୩ ବର୍ଷ ବୟସରେ ପଦାର୍ପଣ କଲେ କଂଗ୍ରେସ୍ ଅଧ୍ୟକ୍ଷା ସୋନିଆ ଗାନ୍ଧୀ

An Independent Media

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଆଜି ୭୩ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ ନେତା ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ତେବେ ସମଗ୍ର ଦେଶରେ ମହିଳାଙ୍କ ଉପରେ ଅତ୍ୟାଚାର, ନିର୍ଯ୍ୟାତନା ଓ ଅପରାଧ ବୃଦ୍ଧି ପାଉଥିବା କାରଣରୁ ଚଳିତ ବର୍ଷ ସୋନିଆ ଗାନ୍ଧୀ ଜନ୍ମଦିନ ପାଳନ କରିବେ ନାହିଁ ବୋଲି ଚଳିତ ବର୍ଷ ନିଜ ଜନ୍ମଦିନ ପାଳନ କରିବେ ନାହିଁ। ସୋନିଆ ଗାନ୍ଧୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ପାଇଁ ତାଙ୍କ ଘରେ ବାହାରେ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କର ଭିଡ ଦେଖିବାକୁ ମିଳିଛି। ନରେନ୍ଦ୍ର ମୋଦୀ ମଧ୍ୟ ଟ୍ଵିଟ୍ କରି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ସେ ଟ୍ଵିଟରେ ଲେଖିଛନ୍ତି ଯେ, ସୋନିଆ ଗାନ୍ଧୀଙ୍କୁ ଜନ୍ମଦିନର ଶୁଭକାମନା। ମୁଁ ତାଙ୍କର ଦୀର୍ଘାୟୁ ଓ ଉତ୍ତମ ସ୍ଵାସ୍ଥ୍ୟ କାମନା କରୁଛି।

error: Thank You Keep Visiting