ଗୃହରେ ନାଗରିକତା ବିଲ୍ ଆଗତ; ସପକ୍ଷରେ ୨୯୩, ବିପକ୍ଷରେ ୮୨ ଭୋଟ୍

An Independent Media

ନୂଆଦିଲ୍ଲୀ: ଲୋକସଭାରେ ନାଗରିକତା ସଂଶୋଧନ ବିଧେୟକ ଆଗତ ହୋଇଛି । ବିଧେୟକ ଆଗତ ହେବା ପରେ ବିରୋଧୀଙ୍କ ଦାବି ଅନୁସାରେ ଭୋଟ ହୋଇଥିଲା ଏବଂ ଗୃହ ୮୨ ମତଦାନ ତୁଳନାରେ ୨୯୩ ଭୋଟରେ ଏହି ବିଧେୟକୁ ଆଗତ କରିବା ପାଇଁ ସିକୃତୀ ପ୍ରଦାନ କରିଥିଲା । ଶିବସେନା ବିଲକୁ ଆଗତ କରିବା ସମର୍ଥନରେ ଭୋଟ ଦେଇଥିଲା । ସେହିପରି ବିଜେଡି ମଧ୍ୟ ବିଲକୁ ଆଗତ କରିବା ସପକ୍ଷରେ ଭୋଟ ଦେଇଥିଲା । ଏବେ ଶାସକ ଏବଂ ବିରୋଧୀ ଦଳ ବିଲ ଉପରେ ଚର୍ଚ୍ଚା କରିବେ । ଚର୍ଚ୍ଚା ପରେ ବିଲକୁ ପାସ କରିବା ପାଇଁ ଭୋଟ କରାଯିବ । ଯଦି ବିଲ ଲୋକସଭାରେ ପାରିତ ହୁଏ ତେବେ ଏହାକୁ ରାଜ୍ୟସଭାରେ ଆଗତ କରାଯିବ ।

error: Thank You Keep Visiting