ରାଜ୍ୟରେ ପ୍ରତିଷ୍ଠା ହେବ ୪୫ଟି ଫାଷ୍ଟ ଟ୍ରାକ କୋର୍ଟ: ପ୍ରତାପ ଜେନା

An Independent Media

ଭୁବନେଶ୍ୱର: ମହିଳା ଓ ଶିଶୁଙ୍କ ଉପରେ ବୃଦ୍ଧି ପାଉଥିବା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଲଗାମ ଲଗାଇବା ପାଇଁ ରାଜ୍ୟରେ ପ୍ରତିଷ୍ଠା ହେବ ୪୫ଟି ଫାଷ୍ଟ ଟ୍ରାକ କୋର୍ଟ । ଏଣିକି ପୀଡ଼ିତା ଖୁବ ଶ୍ରୀଘ୍ର ଯେପରି ନ୍ୟାୟ ପାଇ ପାରିବେ ସେ ଉପରେ ଦୃଷ୍ଟି ଦିଆଯିବ ବୋଲି ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ରାଜ୍ୟରେ ବଢୁଥିବା ମହିଳା ଓ ଶିଶୁ ବିରୋଧୀ ନିର୍ଯ୍ୟାତନା, ଦୁଷ୍କର୍ମ ଓ ହତ୍ୟା ଘଟଣାରେ ପୀଡ଼ିତାଙ୍କୁ ଶୀଘ୍ର ନ୍ୟାୟ ପ୍ରଦାନ ପାଇଁ ୪୫ଟି ଫାଷ୍ଟ ଟ୍ରାକ କୋର୍ଟ ପ୍ରତିଷ୍ଠା କରାଯିବ । ମହିଳା ଓ ଶିଶୁଙ୍କ ଉପରେ ହେଉଥିବା ଅପରାଧ ଘଟଣାରେ ସମ୍ପୃକ୍ତ ଅପରାଧୀଙ୍କୁ ଶ୍ରୀଘ୍ର ଦଣ୍ଡ ପ୍ରଦାନ କରିବାକୁ ଏହି ଫାଷ୍ଟ ଟ୍ରାକ କୋର୍ଟ କରାଯିବ । ଏନେଇ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଡକାଯାଇଥିଲା । ଏହି ବୈଠକରେ ରାଜ୍ୟରେ ୪୫ଟି ଫାଷ୍ଟ ଟ୍ରାକ କୋର୍ଟ ପ୍ରତିଷ୍ଠା କରାଯିବା ନେଇ ନିଷ୍ପତି ହୋଇଥିବା ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ଏହି କୋର୍ଟ ଗୁଡ଼ିକରେ ମହିଳା ଓ ଶିଶୁଙ୍କ ସହ ହେଉଥିବା ବିରୋଧରେ ମାମଲାର ଶୁଣାଣି କରାଯିବ । ସେ କହିଛନ୍ତି ଯେ, ୪୫ଟି କୋର୍ଟ ମଧ୍ୟରୁ ୨୧ଟି ମହିଳାଙ୍କ ପାଇଁ ପ୍ରତିଷ୍ଠା କରାଯିବ । ୨୪ଟିରେ ପୋକ୍ସୋ ମାମଲାର ବିଚାର ହେବ । ହାଇକୋର୍ଟରେ ୧୪ ଟି ବିଚାରପତି ପଦବୀ ଖାଲି ପଡ଼ିଛି । ତୁରନ୍ତ ପଦବୀ ପୂରଣ ହେଲେ ତ୍ୱରିତ ନ୍ୟାୟ ମିଳି ପାରିବ ବୋଲି ଆଇନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି ।

error: Thank You Keep Visiting