ତିହାର ଜେଲକୁ ସ୍ଥାନାନ୍ତର ହେଲେ ନିର୍ଭୟା ମାମଲାର ୪ ଦୋଷୀ

An Independent Media

ନୂଆଦିଲ୍ଲୀ: ଏହି ସପ୍ତାହରେ ନିର୍ଭୟା ଗଣଦୁଷ୍କର୍ମ ଘଟଣାକୁ ୭ ବର୍ଷ ପୂରିବ । ଏହି ମାମଲା ସହିତ ଜଡ଼ିତ ଦୋଷୀମାନଙ୍କୁ ମଣ୍ଡୋଲି ଜେଲରୁ ରବିବାର ତିହାର ଜେଲକୁ ସ୍ଥାନାନ୍ତର କରାଯାଇଛି । ଯାହା ଆଶା କରାଯାଉଛି, ରାଷ୍ଟ୍ରପତି ଯଦି କ୍ଷମା ନ କରନ୍ତି, ତେବେ ଚଳି ମାସ ସୁଦ୍ଧା ଦୋଷୀମାନଙ୍କୁ ଫାଶୀ ମିଳିଯିବ । ନିୟମ ଅନୁସାରେ ରାଷ୍ଟ୍ରପତି ଆବେଦନକୁ ଖାରଜ କରିବାର ୧୪ ଦିନ ପରେ ଫାଶୀ ଦିଆଯିବ । ରାଷ୍ଟ୍ରପତିଙ୍କ ଆଦେଶ ଆସିବାର ୧୫ତମ ଦିନରେ ଫାଶୀରେ ଝୁଲାଇ ଦିଆଯିବ । ଏହାରି ମଧ୍ୟରେ କୋର୍ଟରୁ ବ୍ଲାକ ୱାରଣ୍ଟ ଅର୍ଥାତ ଡେଥ ୱାରଣ୍ଟ କରାଯାଇଥାଏ । ବିନୟ ଶର୍ମାଙ୍କ ବ୍ୟତୀତ ଅନ୍ୟ ଦୋଷୀମାନେ ମର୍ସି ଆବେଦନ କରି ନାହାନ୍ତି । ତାଙ୍କର ଓକିଲ ଯଦି ଏବେ ମର୍ସି ଲଗାଇବାକୁ କୋର୍ଟଙ୍କୁ କହିବେ, ତା’ହେଲେ ଏହା କୋର୍ଟଙ୍କ ରାୟ ଉପରେ ନିର୍ଭର କରିବ କିନ୍ତୁ ଏହା ଆଶା ଦେଖାଯାଉ ନାହିଁ । କାରଣ ପୂର୍ବରୁ ହିଁ ସମୟ ଦିଆସରିଛି । ରାଷ୍ଟ୍ରପତି ସବୁଜ ସଂକେତ ଦେବା ପରେ ଦୋଷୀମାନଙ୍କୁ ଫାଶୀ ମିଳିବ । ଆଉ ଏକଥା ବି ସତ ଯେ, ପବନ କୁମାର ଗୁପ୍ତା, ମୁକେଶ ସିଂହ, ବିନୟ ଶର୍ମା ଓ ଅକ୍ଷୟଙ୍କୁ ଏକକାଳୀନ ଫାଶୀରେ ଚଢ଼ାଯିବ । ପୁର୍ନଃବିଚାର ଆବେଦନରୁ ଅକ୍ଷୟଙ୍କୁ କୌଣସି ଲାଭ ମିଳିପାରିବ ନାହିଁ ।

error: Thank You Keep Visiting