ଦୁର୍ବୃତ୍ତଙ୍କ ଗୁଳିମାଡରେ ସୂଚନାଧିକାରୀ କର୍ମୀଙ୍କ ମୃତ୍ୟୁ

An Independent Media

କଳାହାଣ୍ଡି: କନ୍ଧମାଳରେ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ସୂଚନା ଅଧିକାର କର୍ମୀଙ୍କ ମତ୍ୟୁ ଘଟିଛି । ତେବେ କେଉଁ କାରଣରୁ ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡାଙ୍କୁ ଗୁଳି କରି ହତ୍ୟା କରାଯାଇଛି ତାହା ଏଯାଏଁ ସ୍ପଷ୍ଠ ହୋଇନାହିଁ । ମିଳିଥିବା ସୂଚନାନୁସାରେ, ଆଜି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅନ୍ତର୍ଗତ ପାତ୍ରସାହିରେ ନିଜ ଘର ସାମନାରେ ଛିଡ଼ା ହୋଇଥିଲେ ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡା । ଏହି ସମୟରେ ଏକ ବାଇକ ଯୋଗେ ୨ଜଣ ଦୁର୍ବୃତ୍ତ ଆସି ତାଙ୍କ ଉପରକୁ ଗୁଳି ଚଳାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଦୁର୍ବୃତ୍ତଙ୍କ ଗୁଳି ଅଭିମନ୍ୟୁଙ୍କ ଛାତିରେ ବାଜିଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ବାଲିଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ବାଲିଗୁଡ଼ା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରୁ ଖୋକା ଜବତ କରିଛି ପୋଲିସ । ତେବେ କଣ ପାଇଁ ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡାଙ୍କୁ ଗୁଳି କରି ହତ୍ୟା କରାଯାଇଛି ସେନେଇ କୈାଣସି କାରଣ ସ୍ପଷ୍ଠ ହୋଇନାହିଁ ।

error: Thank You Keep Visiting